ବିଶ୍ୱନାଥପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ ମଞ୍ଚାସୀନ ଥିବାବେଳେ ବିଡିଓ ଶଶାଙ୍କ ପାତ୍ରଙ୍କ ସହିତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ, ଲାଞ୍ଜିଗଡ଼ ବ୍ଲକକୁ ଆଇଟିଡିଏ କାର୍ଯ୍ୟାଳୟ ସ୍ଥାନାନ୍ତର, ସାନ୍ଦୁଲ ନଦୀରେ ବ୍ୟାରେଜ ସ୍ଥାପନର ତ୍ରୁଟିପୂର୍ଣ୍ଣ ସର୍ଭେକୁ ସୁଧାରିବା, ବାଦ ପଡ଼ିଥିବା ଗୁଣ୍ଡରୀ ପଞ୍ଚାୟତର ସାନ ଶୋଷପଦର ଓ କାଚାଙ୍ଗଭଟାକୁ ପିଏମ ଜନମନ ଯୋଜନାରେ ସାମିଲ କରିବା ସହିତ ବିଭିନ୍ନ ଗାଁରେ ରାସ୍ତା, ପୋଲ, କମ୍ୟୁନିଟି ହଲ ନିର୍ମାଣ, ଘରଡିହ, ଭତ୍ତା, ବିଶୁଦ୍ଧ ପାନୀୟ ଜଳ ଆଦି ସମ୍ପର୍କରେ ଲୋକେ ଅଭିଯୋଗ କରିଥିଲେ। ଏଥିରେ ମୋଟ ୮୩ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.