ସିଲ୍ ହେଲା ଡେଙ୍ଗସର୍ଗି ଗୁଡ୍ ନିଉଜ୍ ଡ୍ରିମ୍ ସେଂଟର୍

ବେଆଇନ ଭାବେ ଚାଲିଥିଲା ସେଂଟର୍

କଳାହାଣ୍ଡି: ନର୍ଲା ବ୍ଲକ ସେରଗଡ଼ ପଂଚାୟତରେ ଥିବା ଗୁଡ଼ ନିଉଜ ଡ଼୍ରିମ ସେଂଟର ବନ୍ଦ ହେଇଯାଇଛି । ଫଳରେ ହଷ୍ଟେଲରେ ଥିବା ୨୮ ଛାତ୍ର ଓ ୩୨ ଛାତ୍ରୀ ହଷ୍ଟେଲ ଛାଡ଼ି ନିଜ ନିଜ ଘରକୁ ଫେରିଯାଇଛନ୍ତି । ଗୁଡ଼ ନିଉଜ ଡ଼୍ରିମ ସେଂଟର ଗୁଡ଼ିକ ଅନୈତିକ ଭାବରେ ଚାଲିଥିବା ବେଳେ ତଥା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସୁଥିଲେ ସୁଦ୍ଧା ଏହି ସେଂଟର ଗୁଡ଼ିକ ପ୍ରତି କୋଉ କାରଣରୁ ଦୁର୍ବଳତା ପ୍ରକାଶ କରୁଥିଲା ପ୍ରଶାସନ? ପ୍ରଥମେ ଢେଙ୍କାନାଳ, ପରେ ବାଲେଶ୍ୱର ଜିଲ୍ଲାରେ ଗୁଡନିଉଜ୍ ଡ୍ରିମ୍ ସେଂଟରରେ ଅନୈତିକ କାର୍ଯ୍ୟକଳାପ ପଦାକୁ ଆସିଲାପରେ ଖୋଳତାଳ ପଡେ ବେନିୟମ ଭାବେ ଚାଲୁଥିବା ଗୁଡନିଉଜ୍ ଡ୍ରିମ ସେଂଟର ସିଲ କରାଯାଇଛି । ଏହି ସେଂଟରଟି ଗତ ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ଚାଲୁଥିବାବେଳେ ବିଭିନ୍ନ ସମୟରେ ଏହି ସେଂଟର ନାମରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଥିଲା । ହେଲେ ପ୍ରଶାସନ କୌଣସି ପଦ କ୍ଷେପ ନେଉନଥିଲା । ଯାହାଫଳରେ ବିନା ନବୀକରଣରେ ବେଆଇନଭାବେ ଏହି ସେଂଟରଟି ଚାଲିଥିଲା । ୦୮.୦୯.୨୦୧୭ରୁ ୭.୦୯.୨୦୧୮ ପ ଯ୍ୟନ୍ତ ରେଜିଷ୍ଟ୍ରେସନ ହୋଇ ଗତ ସେପଟେମ୍ବର ୭ ତାରିଖରେ ନବୀକରଣ କରାଯିବାର ନିୟମଥିଲେ ହେଁ ଆଜିକୁ ୨ ମାସରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ସୁଦ୍ଧା ଏହା ନବୀକରଣ ନକରି ସୁପରିଟେଣ୍ଡେଟ ସେଂଟରକୁ ବେନିୟମ ଭାବେ ଚଳାଇଆସୁଥିଲେ । କିନ୍ତୁ ସିଡବ୍ଲୁସି ବିନା ନବୀକରଣରେ ଚାଲୁଥିବା ସେଂଟର ଉପରେ କୌଣସି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଡବ୍ଲୁସିଙ୍କ ସଲାସୁତୁରାରେ ବେନିୟମଭାବେ ଏହି ସେଂଟରଟି ଚାଲୁଥିବା ଚର୍ଚ୍ଚା ହେଉଛି । ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସେଂଟର ଚଢାଉକରି ସିଲ୍ ହେବା ପରେ ତରବରିଆ ଭାବେ ସେଂଟରର ସୁପରିଟେଂଡେଂଟ ଅଭିଭାବକମାନଙ୍କୁ ଡାକି ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେଇଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି ବିନା ନବୀକରଣରେ କିପରି ଏହି ସେଂଟର ଚାଲିଥିଲା । ସିଡବ୍ଲୁସି କିପରି ଏହି ସେଂଟର ବିଷୟରେ ଜାଣିପାରିନଥିଲେ । ଏନେଇ ସୁପରିଟେଂଡେଂଟ ଦିପ୍ତୀ ପ୍ରକାଶ ଦୀପଙ୍କୁ ପଚାରିବାରୁ ବିନା ନବୀକରଣରେ ସେଂଟର ଚାଲୁଥିବା ସ୍ୱୀକାର କରିଥିଲେ । ହେଲେ ବେନିୟମ ଭାବେ ଚାଲିଥିବା ଏହି ସେଂଟରକୁ ବର୍ତମାନ ସିଡବ୍ଲୁସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି ।

Omkar Vasthu
Omkar Vasthu

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.