କଳାହାଣ୍ଡି ଲେଖିକା ସଂଘର ପୁସ୍ତକ ଦିବସ ଏବଂ ସ୍ବାଗତ ସାର୍ଥକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ପୁସ୍ତକ ଦିବସ ଏବଂ ସ୍ବାଗତ ସାର୍ଥକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ପାଠକ ବିନା ଲେଖାର କୌଣସି ମୂଲ୍ଯ ନାହିଁ, ପୁସ୍ତକ ଏବଂ ପାଠକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।’ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଡ. ଉମେଶଚନ୍ଦ୍ର ଶତପଥୀ, ଡ. ପରେମଶ୍ବର ମୁଣ୍ଡ, ଡ. ସନ୍ତୋଷ ଶତପଥୀ, ହେମଲତା ବେଗମ, ସଂଘମିତ୍ରା କାନୁନଗୋ, ସଂଘର ସମ୍ପାଦିକା କଳ୍ପନା ରଥ ପ୍ରମୂଖ ପୁସ୍ତକର ଉପାଦେୟତା ମହତ୍ବ ଏବଂ ପୁସ୍ତକ ପଠନର ଆବଶ୍ଯକତା ଉପରେ ଆଲୋକପାତ କରିଥିଲେ। 

ଦ୍ବିତୀୟ ଅଧିବେଶନରେ ମନ୍ତ୍ରମୁଗ୍ଧ ଚଳଚ୍ଚିତ୍ରର ମୂଖ୍ଯ ନାୟକ ଭୂମିକାରେ ଅଭିନୟ କରିଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗତାବନ୍ଧର ସାର୍ଥକ ଭରଦ୍ୱାଜ ତାଙ୍କର ଏହା ଚଳଚ୍ଚିତ୍ର ରେ ପ୍ରଥମ ପ୍ରବେଶ ଥିବା ଯୋଗୁଁ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଚଳଚ୍ଚିତ୍ର ବ୍ୟତୀତ ସେ ଦୂରଦର୍ଶନ ସିରିଏଲ ଷ୍ଟୋରୀ ଟେଲିଂ ଏବଂ ଟେଲିଫିଲ୍ମ ସହ ଓ୍ବେବସାଇଟ ଓ ବିଭିନ୍ନ ଭାଷା ଭାଷି ପିଲ୍ମରେ ଅଭିନୟ ଜାରି ରଖିଛନ୍ତି। 

କାର୍ଯ୍ୟକ୍ରମରେ ସାର୍ଥକ ଭରଦ୍ୱାଜ କଳାହାଣ୍ଡିର ସମସ୍ତ ପଥପ୍ରଦର୍ଶକ ଉପସ୍ଥିତ ରହି ଆଶୀର୍ବାଦ ପ୍ରଦାନ କରିବା ସହ ପ୍ରଶଂସକ ମାନେ ଭୂୟସୀ ପ୍ରଶଂସା କରିଥିଲେ। ନିମେଇ ଚରଣ ପାଣି ଡ. ଭାରତ ବନ୍ଧୁ ପଣ୍ଡା, ଦୀନବନ୍ଧୁ ମୁଣ୍ଡ, ଶୁଭେନ୍ଦୁ ମହାପାତ୍ର, ନୂପୁର ପଟ୍ଟନାୟକ, ସୁବ୍ରତ ବେହେରା ପ୍ରମୂଖ ସାର୍ଥକର କିପରି ବାଲ୍ୟକାଳରୁ କଳା ପ୍ରତି ଦୁର୍ବଳତା ଥିଲା ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ। ସାର୍ଥକ ଭରଦ୍ୱାଜ କଳାହାଣ୍ଡି ମାଟିର ସମସ୍ତ ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ପାଇ ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଥିବା ଉଲ୍ଲେଖ କରିବା ସହ ମନ୍ତ୍ରମୁଗ୍ଧ ଚଳଚ୍ଚିତ୍ର ଆସନ୍ତା ମେ ୧ତାରିଖରେ ମୁକ୍ତି ଲାଭ କରୁଥିବା ବିଷୟ ରେ ଅବଗତ କରିବା ସହ ଭବାନୀପାଟଣା ସିନେ ପ୍ଲେକ୍ସ ରେ ଦେଖିବା ପାଇଁ ଅନୁରୋଧ ରଖିଥିଲେ। 

କାର୍ଯ୍ୟକ୍ରମଟିକୁ ପରିଚାଳନା କରଥିଲେ ବନଶ୍ରୀ ଦାସ। ସରସ୍ୱତୀ ବନ୍ଦନା ଗାନ କରିଥିଲେ ନିବେଦିତା ମହାନ୍ତି। ଧନ୍ଯବାଦ ଅର୍ପଣ କରିଥିଲେ ମିନତି ପ୍ରଧାନ। କାର୍ଯ୍ୟକ୍ରମ ର ସଭାପତିତ୍ୱ ଏବଂ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା ମହାନ୍ତି। ଧନ୍ଯବାଦ ଅର୍ପଣ କରିଥିଲେ ମିନତି ପ୍ରଧାନ। ବିଭିନ୍ନ ଅନୁଷ୍ଠାନ ର ସଦସ୍ଯ ଗଣ କଳାହାଣ୍ଡି ର ମାନ୍ଯ ଗଣ୍ୟ ବ୍ଯକ୍ତି ବିଶେଷ ଏବଂ କଳାହାଣ୍ଡି ଲେଖିକା ସଂଘ ର ସମସ୍ତ ସଦସ୍ୟାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.