ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗୋ ସୁରକ୍ଷା ପାଇଁ ସୋମବାର କୋକସରା ବ୍ଲକ ଗୋ ସେବକ, ସନ୍ଥ ସମାଜ ସଚେତନ ନାଗରିକଙ୍କ ପକ୍ଷରୁ କୋକସରା ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୋ ସେବକ ପ୍ରଭାରୀ ଜନ୍ମେଜୟ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ କାଳେଶ୍ୱର ଶିବ ମନ୍ଦିରଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଶତାଧିକ କାର୍ଯ୍ୟକାର୍ତ୍ତା ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଦଳ କାଉଡୋଲା ସହ ନଗର ପରିକ୍ରମା କରି ଲୋକଙ୍କୁ ଗୋ ସମ୍ପଦର ସୁରକ୍ଷା ନେଇ ସଚେତନ ବାର୍ତ୍ତା ଦେବା ସହ ଭଜନ କୀର୍ତ୍ତନ ଗାଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଗୋ ସମ୍ପଦ ଉପପ୍ରଭାରୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସନ୍ଥ ପ୍ରଦୀପ ଶର୍ମା, ଗୋଶାଳା ସଞ୍ଚାଳକ ସୁବାସ ଅଗ୍ରୱାଲ, ଉପଦେଷ୍ଟା ଗୋ ଭକ୍ତ ଆଦିତ୍ୟ ନାରାୟଣ ପଣ୍ଡା, କିଶନ କୁମାର ପଟ୍ଟନାୟକ, ଗୌତମ ଅଗ୍ରୱାଲ, ଲକ୍ଷ୍ମୀଧର ପୁଝାରି, ଉଦୟନାଥ ନାଏକ, ଦେବୀ ପ୍ରସାଦ ସାହୁ, ମଦନ ବେମାଲ, ଝସକେତନ ପଟ୍ଟନାୟକ, ଅନନ୍ତ ନାରାୟଣ ପଟ୍ଟନାୟକ, ଏକାମ୍ବର ନାଏକ, ଧର୍ମାନନ୍ଦ ନେଗି, ମହିଳା କାର୍ଯ୍ୟକାର୍ତ୍ତା ପଙ୍କଜିନି ମେହେରା, ହିନ୍ଦୁ ମହାସଂଘ ଜିଲ୍ଲା ସଭାପତି ମହେଶ ଗୁପ୍ତା, ସଦସ୍ୟ ରାଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।






