ସର୍ଗିଗୁଡାରେ ପାନୀୟ ଜଳର ଉତ୍କଟ ସମସ୍ୟା: ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ମହିଳା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା, ନର୍ଲାରୋଡ ଓ ଡିଗିରାପଡାକୁ ଦୀର୍ଘ ଦିନରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ପ୍ରବଳ ଗ୍ରୀଷ୍ମ ତାତିରେ ସର୍ଗିଗୁଡା ଲୋକେ ପାନୀୟ ଜଳ ମୁନ୍ଦାକ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ସରପଞ୍ଚ, ବିଭାଗୀୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସମସ୍ତଙ୍କୁ ବାରମ୍ବାର ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ଓ ମହିଳା ମାନେ ହାରୀ ଗୁହାରୀ କରି ଥକି ପଡିଥିଲେ ମଧ୍ୟ ସର୍ଗିଗୁଡା ବାସୀଙ୍କୁ ମିଳି ପାରୁନି ପାନୀୟ ଜଳ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ନଦୀରେ ପାଣି ନାହିଁ ଏଣୁ ପାନୀୟ ଜଳ ଯୋଗାଣ ହୋଇ ପାରୁନି ବୋଲି କହୁଥିବା ବେଳେ ନର୍ଲାକୁ କିନ୍ତୁ ପ୍ରତ୍ୟହ ରିତିମତ ଚାଲିଛି ପାନୀୟ ଜଳ ଯୋଗାଣ। ଲୋକଙ୍କ କହିବା କଥା ଯଦି ସର୍ଗିଗୁଡା ଓ ନର୍ଲାରୋଡକୁ ନଦୀରେ ପାଣି ନଥିବା କାରଣରୁ ଇନଟେକ ୱେଲରେ ପାଣି ନାହିଁ ତେଣୁ ପାନୀୟ ଜଳ ଯୋଗାଣ ହୋଇ ପାରୁନି। ତେବେ ସେହି ସାନ୍ଦୁଲ ନଦୀ ପଠାରେ ନର୍ଲା ପାଇଁ ନିର୍ମିତ ଇନଟେକ ୱେଲ ରେ ପାଣି ଆସୁଛି କୁଆଡୁ ଯେ ନର୍ଲାକୁ ନିୟମିତ ଭାବରେ ଜଳ ଯୋଗାଣ ହୋଇପାରୁଛି। ଦୀର୍ଘ ଦିନ ଧରି ପାନୀୟ ଜଳ କଷ୍ଟ ଭୋଗିବା ପରେ ଆଜି ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଫିସରେ ତାଲା ମାରି ଖାଲି ଗରାହାଣ୍ଡି, ବାଲଟି, ତବଲା ଧରି ସର୍ଗିଗୁଡାର ମହିଳା ମାନେ ଗ୍ରାମ ପଞ୍ଚାୟତ ଅଫିସ ରେ ତାଲାମାରି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।

ଖବର ପାଇ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମହିଳା ଓ ଜନସାଧାରଣଙ୍କ ସହ ଆଲୋଚନା କରି ନଇ ତ ପୁରା ସୁଖି ଯାଇଛି ଏଣୁ ଇନଟେକ ୱେଲରେ ପାଣି ନାହିଁ। ହେଲେ ଏବେ କେତେଦିନ ପାଇଁ ଟ୍ୟାଙ୍କର ଯୋଗେ ସର୍ଗିଗୁଡା ଗ୍ରାମର ବିଭିନ୍ନ ପଡାକୁ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏବଂ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଚାରିଦିନ ସମୟ ଦିଅନ୍ତୁ ବୋଲି କହିଥିଲେ।ହେଲେ ଲୋକେ ଏହାକୁ ବିରୋଧ କରି ଗେଟ ଫାଟକ ଦେଇ ସିଧା ଯାଇଥିବା ନର୍ଲା ମେନ ପାଇପ ଲାଇନ ସହ ସର୍ଗିଗୁଡା ପାଇପ ଲାଇନ କୁ ସଂଯୋଗୀକରଣ କରାଯାଇ ଆସନ୍ତା କାଲିଠାରୁ ସର୍ଗିଗୁଡା, ନର୍ଲାରୋଡ ଓ ଡିଗିରାପଡାକୁ ଜଳ ଯୋଗାଣ କରାଯାଉ।ନହେଲେ ପାନୀୟ ଜଳ ପାଇଁ ଭବାନୀପାଟଣା- ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରାଯାଇ ଗ୍ରାମବାସୀ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଥିଲେ।ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅଧିନସ୍ଥ ୨୩ ଗୋଟି ସ୍ଥାନରେ ଇନଟେକ ୱେଲ କରାଯାଇ ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ ଚାଲିଛି। ସେଥର ମଧ୍ୟରୁ ସାନ୍ଦୁଲ ନଦି ଶଯ୍ୟାରେ ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ପାଇଁ ୧୧ ଗୋଟି ସ୍ଥାନରେ ଚାଲିଛି ନର୍ଲା ଆରଡବ୍ଲୁଏସଏସ ତରଫରୁ ପାନୀୟ ଜଳ ଯୋଗାଣ. ହେଲେ ସବୁଥିରେ ସେହି ଏକା ସମସ୍ୟା । ନଦୀରେ ପାଣି ଶୁଖି ଯାଇଥିବାରୁ ସବୁ ସ୍ଥାନରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଉପୁଜୁଛି।

ସର୍ଗିଗୁଡା ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ସ୍ଥାନୀୟ ଜନ ସାଧାରଣ ପୂର୍ବରୁ ରେଳବାଇ ଗେଟ ଦେଇ ଚାଲିଥିବା ପାଇପ ଲାଇନ କୁ ଯୋଉ ବନ୍ଦ କରି ଦିଆଯାଇଛି ପୁନରାୟ ସେହି ପାଇପ ଲାଇନ କୁ ସର୍ଗିଗୁଡାକୁ ଜଳ ଯୋଗାଣ ପାଇଁ ସଂଯୋଗ କରାଯାଉ। ପୁରୁଣା ପରିତ୍ୟକ୍ତ ଇନଟେକ ୱେଲ ଯେଉଁଥିରେ ପାଣି ନାହିଁ ସେହି କୂଅରୁ ପାଣି ଦେବା ପ୍ରକ୍ରୀୟାକୁ ବନ୍ଦ କରାଯାଇ ନୂତନ ଇନଟେକ ୱେଲରୁ ସର୍ଗିଗୁଡାକୁ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଉ ବୋଲି ଗ୍ରାମୀଣ ଜଳ ଯୋଗାଣ ଓ ପରିମଲ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନର୍ଲା ବିଭାଗୀୟ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀଙ୍କ ଜରିଆରେ ମହିଳା ମାନେ ଦାବୀ ପତ୍ର ପ୍ରଦାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିବା ସହ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ।

ଏଥିରେ ସର୍ଗିଗୁଡା ବିଷ୍ଣୁପ୍ରୀୟା ଓ ମା ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ମୀନାରାଣୀ ଗୌଡ, ସମ୍ପାଦିକା ସନ୍ତୋଷିନି ଗଉଡ, ସରିତା ପୋଢ, କୁସୁମ ମୁଣ୍ଡା ବିନିତା କରୁଆଁ, ସିଖା ସ୍ୱାଇଁ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ହାତରେ ବାଲଟି, ଗରା, ହାଣ୍ଡି ନେଇ ଗ୍ରାମ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ସେହିଭଳି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, କୁମୁଦ ଚନ୍ଦ୍ର ନାଏକ, ସଞ୍ଜୟ କୁମାର ନାଏକ, ବିପ୍ର ବିଶ୍ୱାଳ, କାହ୍ନୁ ମାଝୀ, ନରସିଂହ ଥପା, ପଙ୍କଜ ପଧାନ, ନାରାୟଣ ପଧାନ, ନେପାଳ ନାଏକ, ସୁଦାମ ମିଶ୍ର, ବନବାସ ପଧାନ, ପ୍ରକାଶ ପଧାନ, ମନୋଜ ନାଏକ, ଅକ୍ଷୟ ନାଏକ, ନରେନ୍ଦ୍ର ମିଶ୍ର, ବୁଲୁ ମିଶ୍ର, କୃଷ୍ଣ ନିଆଲ, କେତନ ମାଝୀ, ଗଜୀନ୍ଦ୍ର ମାଝୀ, ଶେଷଦେବ ନାଗ, ଯତୀନ ସାହୁ, ଘନଶ୍ୟାମ ଭୋଇ, ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀ ସୁନାନୀ ମାତ୍ର ଚାରିଦିନ ମଧ୍ୟରେ ସମସ୍ୟା ର ସମାଧାନ ପାଇଁ କଥା ଦେଇଥିବା ବେଳେ କେତେଦୂର ଫଳବତୀ ହେଉଛି ସର୍ଗିଗୁଡା ବାସୀଙ୍କ ଲୋକଙ୍କ ମୌଳିକ ସୁବିଧା ପାନୀୟ ଜଳର ସମସ୍ୟାର ସମାଧାନ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.