ତେଲେଙ୍ଗାନାରେ ବିକାଶ ମଞ୍ଚର କଡ଼ା ତାଗିତ ପରେ ଏଫଆଇଆର କପି ଓ ମୃତ୍ୟୁ ପ୍ରମାଣପତ୍ର

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ସଦା ସର୍ବଦା ଲୋକଙ୍କ କାମ କରିଆସୁଥିବା ସଂଗଠନ “ବିକାଶ ମଞ୍ଚ ମୁରିବାହାଲ ବ୍ଲକ”ର ଆଉ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି l ତେବେ ବହୁ ଚର୍ଚ୍ଚିତ ଦାଦନ ମୃତ୍ୟୁ ମାମଲା – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଜଇଁତରା, ନୂଆପଡାର ନେପାଳ ପଟ୍ଟନାୟକ ଗତ ବର୍ଷ ତେଲେଙ୍ଗାନା ସ୍ଥିତ ମେହେବୁବ ନଗର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିଲେ l ଦୀର୍ଘ ୯ ମାସ ବିତିଯାଇଥିଲେହିଁ ତାଙ୍କୁ କୌଣସି ନ୍ୟାୟ ଓ ପ୍ରମାଣ ପତ୍ର ମିଳି ନ ଥିଲା l ତାଙ୍କ ବଡ଼ ଭାଇ ପପୁନ ପଟ୍ଟନାୟକ ମୁରିବାହାଲ ପୋଲିସକୁ କହିଥିଲେ ହିଁ ମୁରିବାହାଲ ପୋଲିସ ତାଙ୍କୁ କୌଣସି ପ୍ରକାରର ସୁବିଧା କରାଇ ନ ଥିଲା ଓଲଟା ଦଲାଲ ସର୍ଦାର ସହ ମିଶି ପପୁନ ପଟ୍ଟନାୟକଙ୍କୁ ଜେଲ ପଠାଇଥିଲେ l ତେବେ ପପୁନ ମୁରିବାହାଲ ବିକାଶ ମଞ୍ଚର ସାହାରା ନେଇଥିଲେ ଏବଂ ବିକାଶ ମଞ୍ଚର ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ମନୁ ହଂସ, ପପୁନ ପଟ୍ଟନାୟକ ଓ ଭୀଷ୍ମ ଯାନୀ ତେଲେଙ୍ଗାନା ସ୍ଥିତ ମେହେବୁବ ନଗର ଯାଇଥିଲେ l ସେଠି ତିନ ଦିନ ଧରି ରୁରାଲ ପୋଲିସ ଷ୍ଟେସନରେ କଡ଼ା ତାଗିତ କରିଥିଲେ ଓ ଏଫଆଇଆର କପି ଓ ମୃତ୍ୟୁ ପ୍ରମାଣ ପତ୍ର ଅନଲାଇନ କରି ଆଜି ଫେରିଥିବା ଦେଖାଯାଇଛି l କେତେବେଳେ ରକ୍ତ ଦରକାର ଲୋକଙ୍କୁ ରକ୍ତ ଯୋଗାଉଥିବା ବେଳେ କେତେବେଳେ ଗରିବ ପରିବାରକୁ ନିଜ ଖର୍ଚ୍ଚରେ ଚିକିତ୍ସା କରାଉଛି, ତେବେ ଅନେକ ଜନହିତକର କାମ ନିଜହସ୍ତକ୍ଷେପରେ ଲୋକଙ୍କ ପାଖରେ ପହଞ୍ଚାଉ ଥିବା ଦେଖି ସ୍ଥାନୀୟ ବୁଦ୍ଧି ଜୀବି ମହଲ ରେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି l ବିକାଶ ମଞ୍ଚର ସଭାପତି କହିଛନ୍ତି ଯେ, “ଲୋକଙ୍କ ବିକାଶ ହିଁ ଆମର ବିକାଶ ” ବିକାଶ ମଞ୍ଚ ଆପଣଙ୍କ ସାଥିରେ ସବୁବେଳେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.