ରକ୍ତବୀର ଇଂ.ଗୋପାଳ କୃଷ୍ଣଙ୍କୁ ଏସ.ସି.ବି. ମେଡିକାଲ୍ ରକ୍ତ ଭଣ୍ଡାର ପକ୍ଷରୁ ସମ୍ବର୍ଦ୍ଧନା 

ଓଡିଆ ବାର୍ତ୍ତା/ କଟକ: ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଏସ୍‌.ସି.ବି.ମେଡିକାଲ୍ କଲେଜ କଟକ ଓ ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଏବଂ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ବିଶିଷ୍ଟ ରକ୍ତଦାତା ତଥା ରମା ଦାସ ସେବା ଓ ସାହିତ୍ୟ ସଂଗଠନର ଅଧ୍ୟକ୍ଷ ଇଂ. ଗୋପାଳ କୃଷ୍ଣ ଦାସ ସମ୍ମାନୀତ କରା ଯାଇଛି। ଏହି ସଭାରେ ପ୍ରଫେସର ଡାକ୍ଟର ସମିତା ମହାପାତ୍ର, ପ୍ରଫେସର ଡାକ୍ଟର ଜ୍ୟୋତିଷ ଚଂଦ୍ର ଚୌଧୁରୀ, ପ୍ରଫେସର ଡାକ୍ଟର ପ୍ରଭାତି ପଣ୍ଡା, ଡାକ୍ଟର ଦେବାଶିଷ ମିଶ୍ର ଏଵଂ ବହୁ ରକ୍ତଦାତା ଉପସ୍ଥିତ ଥିଲେ। ସେ ଏଯାବତ୍ ୬୬ ଥର ରକ୍ତଦାନ କରିବା ସହ ଏସ୍‌.ସି.ବି.ମେଡିକାଲ୍ ରକ୍ତ ଭଣ୍ଡାରକୁ ରମା ଦାସ ସେବା ଓ ସାହିତ୍ୟ ସଂଗଠନ ମାଧ୍ଯମରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ୩୩୦ ୟୁନିଟ୍ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ଦେବା ସହ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.