ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଜୀବନରେ ଅନେକ ଆବଶ୍ୟକତା ଭିତରୁ ଯୋଗ, ବ୍ୟାୟାମ ଅନ୍ୟତମ । ପ୍ରତ୍ୟହ ଯୋଗ କଲେ ଦେହ ସୁସ୍ଥ ଓ ମନ ନିର୍ମଳ ରହେ । ତେଣୁ କଥାରେ ଅଛି ‘ନିୟମିତ ଯୋଗ, ରଖେ ନୀରୋଗ’ । ଚଳିତ ବର୍ଷ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଛି । ଏହି ଅବସରରେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଏନ୍ ଏସ୍ ଏସ୍ କୋ-ୟୁନିଟ୍ ଦ୍ୱାରା ଯୋଗାଭ୍ୟାସ ସହ ଯୋଗ ଦିବସ ପାଳନ କରାଯାଇଅଛି । ଏନ୍ ଏସ୍ ଏସ୍ କୋ-ୟୁନିଟ୍ ର ସ୍ୱେଚ୍ଛାସେବୀଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ନିମାଇଁ ଚରଣ ପାତ୍ର ତଥା ଆନ୍ୟ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗଣପତି ବାଗ ଓ କ୍ରୀଡ଼ା ଶିକ୍ଷକ ଅଭୟ କୁମାର ବାଗ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ବିଭିନ୍ନ ପ୍ରାଣାୟାମ ଓ ସୂକ୍ଷ୍ମ ବ୍ୟାୟାମ କରାଯିବା ପରେ ଶାନ୍ତି ପାଠ ସହ ଯୋଗାଭ୍ୟାସ ସମାପନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.