ମଇଁଷି ବୋଝେଇ କଣ୍ଟେନର ଜବତ; ୨ ଅଟକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଷି ବୋଝେଇ କଣ୍ଟେନର କୁ ପୋଲିସ ଜବତ କରିଛି। ଏବଂ ଦୁଇ ଜଣ କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସୂଚନା ମୁତାବକ, କଣ୍ଟେନରଟି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରୁ ପାର୍ବତୀପୁରମ କୁ ଯାଉଥିଲା। ତେବେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଡଙ୍ଗରୀଗୁଡା ନିକଟରେ ଗାଡ଼ିର ଟାୟାର ଫାଟି ଯିବାପରେ ବେଆଇନ ଭାବେ ମଇଷି ଚାଲାଣ ହେଉଥିବା ଜଣିପଡିଥିଲା। ତେବେ କଣ୍ଟେନର ଭିତରେ ୩୦ ରୁ ଉର୍ଦ୍ଧ୍ବ ମଇଷି ଭର୍ତ୍ତି ହୋଇଥିବା ବେଳେ କେତେକ ମଇଷି ଅତି ସମ୍ବେଦନଶୀଳ ଭାବେ ରହିଥିଲେ। ଗାଡ଼ିର ଡାଲା ଭିତରେ ଠେଲାପେଲା ମଧ୍ୟରେ ରହିଥିବାରୁ କେତେକ ମଇଷି ଗୁରୁତର ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ହିନ୍ଦୁ ସଂଗଠନର କର୍ମକର୍ତ୍ତା ମାନେ ପୁଲିସ କୁ ଖବର ଦେଇ ଗାଡ଼ି କୁ ଜବତ କରାଇଥିଲେ। କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି କଣ୍ଟେନର କୁ ଜବତ କରିବା ସହ ୨ ଜଣକୁ କାବୁ କରିଥିଲେ। ଏଥି ସହିତ ମଇଷି ଗୁଡ଼ିକୁ ଉଦ୍ଧାର କରି ଜୁନାଗଡ଼ ସ୍ଥିତ ଗୋ-ଶାଲାରେ ନେଇ ରଖିଥିବା ଜଣାପଡିବା। ୨ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.