ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସ୍ୱାସ୍ଥ୍ୟ ମିତ୍ରଙ୍କ ଜୀବିକା ଛଡାଇବା ଅନ୍ୟାୟ :ଭକ୍ତ ଦାସ

ଲୋୟର ପିଏମଜିରେ ସ୍ୱାସ୍ଥ୍ୟ ମିତ୍ରଙ୍କ ବିରାଟ ଆନ୍ଦୋଳନରେ ଯୋଗଦେଲେ ଭକ୍ତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଲୋୟର ପିଏମ୍‌ଜି ଠାରେ ଆନ୍ଦୋଳନରତ ସ୍ୱାସ୍ଥ୍ୟ ମିତ୍ରମାନଙ୍କ ଆନ୍ଦୋଳନକୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଛଟେଇ କରି ସେମାନଙ୍କର ଜୀବିକା ଛଡ଼ାଇ ନେବା ଅନ୍ୟାୟ । ସରକାର ସେମାନଙ୍କ ଅବଦାନକୁ ସମ୍ମାନ ଦେବା ସହ ରୋଜଗାର ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବା ନିହାତି ଆବଶ୍ୟକତା ଅଛି l ଏହି ସରକାର ପ୍ରତ୍ୟେକ ଶ୍ରମଜୀବୀ ଓ କର୍ମଚାରୀଙ୍କୁ କେବଳ ଛଟେଇ କରିବା ଜାଣିଛି l ବେସରକାରୀ କମ୍ପାନୀଙ୍କୁ ସୁହାଇଲା ଭଳିଆ କଣ୍ଟ୍ରାକଚୁଆଲ ଓ ଅସ୍ଥାୟୀ ସରକାରୀର ଯୁଗ ଆରମ୍ଭ କରିଛି l ଟାଟା କମ୍ପାନୀରେ କାର୍ଯ୍ୟରତ ୧୦ ହଜାର କର୍ମଚାରୀଙ୍କୁ କମ୍ପାନୀ ରାତାରାତି ଛଟେଇ କରିଦେବାକୁ ଘୋଷଣା କଲା l କର୍ମଚାରୀ ପ୍ରଚଣ୍ଡ ଖରା ଗରମରେ ମାସାଧିକ କାଳ ଆନ୍ଦୋଳନ କଲେ l ସରକାରଙ୍କ ସାମାନ୍ୟ ମାନବିକତା ମଧ୍ୟ ନାହିଁ l ରାଜ୍ୟରେ କାର୍ଯ୍ୟ କରୁଥିବା କୌଣସି ବର୍ଗର କର୍ମଚାରୀ ସରକାର ଉପରେ ସନ୍ତୁଷ୍ଟ ନୁହନ୍ତି l ସରକାର ରାଜ୍ୟ ଶାସନ ଚଳାଇବାରେ ସମ୍ପୂର୍ଣ ବ୍ୟର୍ଥ ହୋଇଛନ୍ତି l ରାଜକୋଷରେ ଟଙ୍କା ନାହିଁ l ଏପରିକି ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ଦେବାକୁ ଅସମର୍ଥ l ଆଗକୁ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ସମ୍ଭବ ହେବ ନାହିଁ l ଶିକ୍ଷା ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ ବିଭାଗ ଏଥିରେ ମଧ୍ୟ ସରକାର ଗମ୍ଭୀର ନୁହନ୍ତି l ସମସ୍ତ କର୍ମଚାରୀ ସଙ୍ଘକୁ ଏକଜୁଟ ହୋଇ ସରକାରଙ୍କ ମନମାନୀ ନୀତି ବିରୋଧରେ ଲଢେଇ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.