ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ରଖି ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବରଖି ଉତ୍ୟକ୍ତ ଜନତା ସୋମବାର ଦିନ ବଲବସପୁର ଭାଟିପଡା ଛକରେ ରାସ୍ତାରୋକ କରିଥିଲେ। ଫଳରେ ରୁପ୍ରାରୋଡ-ରୁପ୍ରା ଓ ନର୍ଲା-କେସିଙ୍ଗା ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ସମାଧାନ କରିଥିବାରୁ ସନ୍ଧ୍ୟା ୭.୩୦ ସମୟରେ ରାସ୍ତା ଅବରୋଧ ହଟିଥିଲା। ପ୍ରାପ୍ତ ସୂଚନା ଅନୁସାରେ ରବିବାର ଦିନ ଲାଖପଦର ରେଳ ଫାଟକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଏଥିରେ ବଲସପୁର ଗ୍ରାମର ୩୫ ବର୍ଷିୟ ଯୁବକ ଜୟପ୍ରକାଶ ମାଝି (ଉଆସୁ)ଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଲୋକଙ୍କ ମଧ୍ୟରେ ଆପୋସି ବୁଝାମଣା ହୋଇଥିବା ବେଳେ ଆଜି ଭବାନିପାଟଣାରେ ଶବ ବ୍ୟବଚ୍ଛେଦ ହୋଇଥିଲା। ତେବେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ମୃତକଙ୍କ ପରିବାରକୁ ଦେଇଥିବା କଥା ରଖିନଥିଲେ। ତେଣୁ ଲୋକେ ବାଧ୍ୟହୋଇ ରାସ୍ତାରେ ଶବ ରଖି ଧାରଣାରେ ବସିଥିଲେ। ପରିଶେଷରେ ପୋଲିସ ଉପସ୍ଥିତିରେ ପୁଣି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ରାସ୍ତା ଅବରୋଧ ହଟିଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.