ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା-ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସରପଞ୍ଚ ନରେନ୍ଦ୍ର କଲେତ, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ମିଶନ ଶକ୍ତି କର୍ମକର୍ତ୍ତା ରଞ୍ଜିତ ନାଏକ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପରିଚାଳକ ଉପେନ୍ଦ୍ର ଶବର, ସତ୍ୟନାରାୟଣ ରାଜପଲିଆ, ସାନ ରାଜପଲିଆ ମଞ୍ଚାସିନ ରହିଥିଲେ | ଏପିୱାଇ, ପିଏମଏସବିୱାଇ, ପିଏମଜେବିୱାଇ ସମେତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ମହିଳାଙ୍କ ବିକାଶ, ସୁଭଦ୍ରା ଶକ୍ତି ମେଳା ଆଦି ବିଷୟରେ ଵକ୍ତାଗଣ ବିସ୍ତୃତ ଭାବେ ବୁଝାଇଥିଲେ | ସିଆରପିସିଏମ, ବ୍ୟାଙ୍କ ମିତ୍ର, ଏମବିକେ, ଅଙ୍ଗନୱାଡି କର୍ମୀଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଶେଷରେ ଏମବିକେ ପ୍ରମୋଦା ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ |





