ନର୍ଲାରୋଡ ଷ୍ଟେସନରେ ରେଳରୋକ ପାଇଁ ସ୍ବାଭିମାନ ମଞ୍ଚର ବ୍ୟାପକ ପ୍ରସ୍ତୁତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୁଲାଇ ୧ ନର୍ଲାରୋଡ ରେଳ ଷ୍ଟେସନରେ ହେବ ରେଳରୋକ ଆନ୍ଦୋଳନ। ଏଥିପାଇଁ ସ୍ୱାଭିମାନ ମଞ୍ଚ ନର୍ଲାର କର୍ମକର୍ତ୍ତା ମାନେ ବ୍ୟବସ୍ଥାରେ ଲାଗି ପଡ଼ିଛନ୍ତି। ଲୋକନଙ୍କ ଖାଇବା ବ୍ୟବସ୍ଥା କୋଉଠି ହେବ? ଟେଣ୍ଟ, କୋଉଠି ଲାଗିବ? ଆନ୍ଦୋଳନକାରୀ କୋଉଠି ସମବେତ ହେବେ? ଏସବୁ ତଦାରଖ କରି ପ୍ରସ୍ତୁତିରେ ଲାଗି ପଡିଛନ୍ତି କର୍ମକର୍ତ୍ତାମାନେ। ନର୍ଲା, ନର୍ଲାରୋଡ ଅଟୋ ଚାଳକ ସଂଘ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ବ୍ୟବସ୍ଥା ପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି। ସ୍ବାଭିମାନ ମଞ୍ଚ ଘୋଷଣା କରିଛି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ କରାଯିବ ବୋଲି। ଅନ୍ୟପକ୍ଷେ ରେଳବାଇ ପୁଲିସ ଆସି ନର୍ଲାରୋଡରେ ଡେରା ମାରି ସ୍ଥିତି ସମୀକ୍ଷା କରୁଥିବା ଜଣାପଡିଛି। ଅଞ୍ଚଳବାସୀ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି ଟ୍ରେନ ରହଣୀ ନ ହେବାର କଷ୍ଟ। ନର୍ଲାର ସମସ୍ତ ବ୍ୟବସାୟୀ ମାନେ ମଧ୍ୟ ସ୍ଵତ ପ୍ରବୃତ୍ତ ଭାବରେ ଏଥିରେ ସାମିଲ ହୋଇଛନ୍ତି। କେସିଙ୍ଗା, ଟିଟିଲାଗଡ, ମୁନିଗୁଡ଼ା ଭଡ଼ା ଗାଡ଼ିରେ ଯାଇ ଏକ୍ସପ୍ରେସ ଟ୍ରେନ ଧରିବାକୁ ପଡୁଛି। ଖର୍ଚ୍ଚାନ୍ତ ସାଙ୍ଗକୁ ଲୋକେ ହଇରାଣ ହରକତ ହେଉଛନ୍ତି। ରେଳବାଇ ବିଭାଗ ପକ୍ଷରୁ ଅଣ ଦେଖା କରାଯାଇଛି ନର୍ଲା ଜନସାଧାରଣଙ୍କୁ। କୋଭିଡ ପରେ ଆଗରୁ ନର୍ଲାରୋଡ ଷ୍ଟେସନରେ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ଅଟକିଲା ନାହିଁ। ରେଳଯାତ୍ରୀ ସଂଗ୍ରାମ ସମିତି ପକ୍ଷରୁ, ସ୍ବାଭିମାନ ମଞ୍ଚ ଓ ସଚେତନ ଜାଗରଣ ମଞ୍ଚ ତରଫରୁ ଅନେକ ଥର ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ଲେଖି ଜଣାଇ କାକୁତି ମୀନତି ହେଲେ ମଧ୍ଯ ଦିର୍ଘ ଚାରିବର୍ଷ ହୋଇଗଲାଣି କିଛି ଫଳପ୍ରଦ ହେଉନି। ଦୀର୍ଘ ୧୦ ବର୍ଷ ପୂର୍ବେ ନର୍ଲାରେ ରେଲୱାଗନ୍ କାରଖାନା ସ୍ଥାପନ ପାଇଁ ରେଳରୋକ ଆନ୍ଦୋଳନ ହୋଇଥିଲା। ଏବେ ୧୦ ବର୍ଷ ପରେ ପୁଣି ନର୍ଲାରୋଡରେ ହେଉଛି ରେଳରୋକ ଆନ୍ଦୋଳନ। ୨୦୨୨ ଅପ୍ରେଲ ୧୦ ରେ ନର୍ଲାରୋଡ଼ରେ ରେଳରୋକ ଆନ୍ଦୋଳନ ପାଇଁ ସ୍ଥିରୀକୃତ ହୋଇଥିଲା। ହେଲେ ଦୁଇଦିନ ପୂର୍ବରୁ ରେଳବାଇ ଵିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଆସି ଆଲୋଚନା କରି ବାଉଁରେଇ ଦେଇ ମିଥ୍ଯା ପ୍ରତିଶୃତି ଦେଇ ଆନ୍ଦୋଳନକୁ ଭଣ୍ଡୁର କରିଥିଲେ। ରେଳବାଇ କର୍ତ୍ତୃପକ୍ଷ ବାରମ୍ବାର ମିଥ୍ୟା ପ୍ରତିଶୃତି ଦେଇ ଚାଲିବାରୁ ଏବେ ସ୍ୱାଭିମାନ ମଞ୍ଚ ରେଳରୋକ ଆନ୍ଦୋଳନ ଡାକରା ଦେଇଛି। ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଆନ୍ଦୋଳନକାରୀ ପ୍ରସ୍ତୁତ ହୋଇଛନ୍ତି। ଏଥିରେ ଶହଶ୍ରାଧିକ ଲୋକେ ସାମିଲ ହେବେବୋଲି ଆକଳନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.