ଲାଞ୍ଜିଗଡ ପୋଲିସ ଥାନାରେ “ନିଶା ମୁକ୍ତ ଓଡିଶା ଅଭିଯାନ” ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ଥାନା ଠାରେ ଆଭାସୀ ମାଧ୍ୟମରେ ନିଶାମୁକ୍ତ ଓଡିଶା ଅଭିଯାନ
ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ପୋଲିସ ଥାନାରେ ଆଭାସୀ ମାଧ୍ୟମରେ ସଚେତନତା କରିଥିଲେ। ସଶକ୍ତ ଯୁବ ଗୋଷ୍ଠୀ ସଶକ୍ତ ଓଡିଶା ଗଠନ ପାଇଁ ନିଶା ମୁକ୍ତ ଜରୁରୀ । ନିଶା କବଳରେ ଯୁବ ଗୋଷ୍ଠୀ, ନିଶାର ବ୍ୟାପକତା ବ୍ୟବହାର ପାଇଁ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ନିଶା ମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି। ତେଣୁ “ନିଶା ମୁକ୍ତ ଓଡିଶା” ଗଠନର ନିତନ୍ତ ଆବଶ୍ୟକ‌ତା ରହିଛି,ଯୁବ ଗୋଷ୍ଠୀ ସଚେତନ ହେଲେ ନିଶା ମୁକ୍ତ ଓଡିଶା ଗଠନ ସମ୍ଭବ ହେବ । ତେଣୁ ଆଜି ରାଜ୍ୟ ପୁଲିସ ନିର୍ଦ୍ଦେଶରେ ଲାଞ୍ଜିଗଡ ପୁଲିସ ଥାନା ପରିସରରେ “ନିଶା ମୁକ୍ତ ଓଡିଶା ଅଭିଯାନ” ନେଇ ଏକ ସଚେତନତା ଶିବିର ଭରଚୁଆଲ ମୂଡ଼ରେ ଅନୁଷ୍ଠିତ ହେଇଥୁଲା । ଓଡିଶା ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ୱା ବି ଖୁରାନିଆ ଡ୍ରଗ ଉପରେ ଏନେଇ ଭରଚୁଆଲ ମାଧ୍ୟମରେ ଲୋକଙ୍କୁ ସଚତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲ, ଏସ.ଆଇ ଡୋଳାମଣି ବିଷି, ଏ.ଏସ.ଆଇ ସ୍ପର୍ଶଲତା ଗମାଙ୍ଗୋ, ମୋହନ ପରଜାଙ୍କ, ଖବରଦାତା କ୍ଷମାନିଧି ମହାଖୁଡ଼, ଏମ ଚନ୍ଦ୍ରଶେଖର, ରମେଶ ଚନ୍ଦ୍ର ନାୟକ, ମହେଶ୍ଵର ପତି, ପରେଶ କୁମାର ନାୟକ, ସୁବାଷ ଅଗ୍ରୱାଲ, ତ୍ରିନାଥ ପାତ୍ର, ସୁବାଷ ଚନ୍ଦ୍ର ମହାପାତ୍ର ଓ ଲାଞ୍ଜିଗଡର ବହୁ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ପ୍ରମଖ ଉପସ୍ଥିତ ଥିଲେ ‌।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.