ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରୁ ପ୍ରକାଶିତ ମାସିକ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ରଙ୍କ ‘ଓ୍ଵିମେନ୍ ଏମପାଓ୍ବାରମେଣ୍ଟ ପ୍ରୋଗ୍ରାମ୍ ଇନ୍ ଆକ୍ସନ’ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ପ୍ରେସ୍କ୍ଲବ ଅଫ୍ ଓଡ଼ିଶା ଠାରେ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ଉଦ୍ଘାଟକ ଭାବରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ନାରୀ ସଶକ୍ତିକରଣ ସଫଳ ହେବ ଯେତେବେଳେ ସମାଜରେ ନାରୀ ତାର ଉପଯୁକ୍ତ ସମ୍ମାନ ପାଇପାରିବ। ମୁଖ୍ୟ ଅତିଥି ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାଶ ଏକ ସୁନ୍ଦର ଘଟଣା ଉପସ୍ଥାପିତ କରି ନାରୀ କିପରି ଆଜନ୍ମ ସଶକ୍ତ ସେ ବିଷୟରେ ଆଲୋଚନା କରିଥିଲେ। ପୁସ୍ତକ ସମୀକ୍ଷକ ଭାବରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ନେତାଜୀ ଅଭିନନ୍ଦନ ଯୋଗ ଦେଇ ପୁସ୍ତକ ଉପରେ ସମୀକ୍ଷା କରି କହିଲେ ଯେ, ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ସମାଜ ପାଇଁ ଏକ ଆହ୍ବାନ। ଯେତେବେଳେ ପର୍ଯ୍ୟନ୍ତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନେ ସମ୍ମିଳିତ ହୋଇନାହାଁନ୍ତି, ମହିଳା ସଶକ୍ତିକରଣ ସଫଳ ହୋଇ ନାହିଁ ବୋଲି ଧରିନେବାକୁ ପଡିବ। କାରଣ ସମାନ ସମାଜରେ ସେମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଦେଶର ବିକାଶ ପାଇଁ ମହିଳାମାନେ ସମ୍ମିଳିତ ହୋଇପାରିଲେ ଆତ୍ମନିର୍ଭରଶୀଳ ସମ୍ଭବ ହେବ। ମହିଳା ସଶକ୍ତିକରଣର ଉଭୟ ପାର୍ଶ୍ବକୁ ଭଲ ଭାବରେ ସମୀକ୍ଷା କରିବା ସହ ଡକ୍ଟର ନେତାଜୀ ନିଜର ବ୍ୟକ୍ତିଗତ ମତାମତ ମଧ୍ଯ ସେ ଦେଇଥିଲେ। ତଥ୍ୟଗତ ଓ ବିଶ୍ଲେଷଣାତ୍ମକ ସମୀକ୍ଷା କରି ଲେଖିକାଙ୍କ ବହିକୁ ଉଚ୍ଚ ପ୍ରଶଂସା କରିବା ସହ ଏହାର ସଫଳତା କାମନା କରିଥିଲେ ଏବଂ କେବଳ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମମତା ମହାପାତ୍ରଙ୍କ ବଡ଼ଭାଇ ଇଂ ଶଶାଙ୍କ ଶେଖର ମିଶ୍ର ଉପସ୍ଥିତ ରହି ପୁସ୍ତକର ସଫଳତା କାମନା କରିଥିଲେ ।
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଶ୍ଚର୍ଯ୍ୟ ଉତ୍ସବରେ ସଭାପତିତ୍ବ କରି କହିଲେ ଯେ ନାରୀ ପରିବାରର କେନ୍ଦ୍ରବିନ୍ଦୁ ଏବଂ ତ
ନାରୀର ଉପସ୍ଥିତି ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଆଶୀଷ କୁମାର ଦାସ ଓ ଡାକ୍ତର ଐଶ୍ବର୍ଯ୍ୟା ବିଶ୍ବାଳ ଯୋଗଦେଇ ପୁସ୍ତକ ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ ।
ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଫେସର ଆଦିକନ୍ଦ ସାହୁ, ଶୈଳରାଣୀ ମିଶ୍ର, ଡଃ ଅର୍ଚ୍ଚନା ନାୟକ, ମମତା ଦାଶ, ପ୍ରମିଳା ପଣ୍ଡା, ପ୍ରଫେସର ଦିଶି ଗୁରୁ, ଗୀତାଞ୍ଜଳି ମିଶ୍ର, ଡଃ ପ୍ରଭାବତୀ ପଣ୍ଡା, ମୋନିକା ଦାସ, ଅଧ୍ୟାପକ ବିଶ୍ଵରଞ୍ଜନ, ପୀତିବାସ ରାଉତରାୟ, ଡଃ ଅଦ୍ଵୈତ କୁମାର ପାତ୍ର, ଡଃ ଜୟକୃଷ୍ଣ ପାଣିଗ୍ରାହୀ, ପ୍ରଫେସର କୁମରବର ଦାସ, ପ୍ରଫେସର ପ୍ରକାଶ ଷଡ଼ଙ୍ଗୀ, ଡଃ ନିରଞ୍ଜନ ସାହୁ, ମନ୍ମଥ କୁମାର ପାଣି, ଡଃ ଜ୍ୟୋର୍ତିମତି ସାମନ୍ତରାୟ, ପ୍ରଫେସର ସୋମା ଋନ୍ଦ, ଡଃ ସ୍ନେହପ୍ରଭା ସାମନ୍ତରାୟ, ସୁରେନ୍ଦ୍ର କର, କରୁଣାକର ରଥ, ଡାକ୍ତର ତୋଫାନ ପତି, ଡଃ ମିନାକ୍ଷୀ ପଣ୍ଡା, ରକ୍ଷକ ନାୟକ, ସଂଯୁକ୍ତା ଦାଶ, ଡଃ ସତ୍ୟନାରାୟଣ ମିଶ୍ର, ନିରଞ୍ଜନ ପଣ୍ଡା, ଡଃ ବାସନ୍ତୀ ମହାନ୍ତି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଚିନ୍ମୟୀ ଷଡ଼ଙ୍ଗୀ, ମନୋରମା ମିଶ୍ର, ସଲିଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯୁଗଶ୍ରୀ ଟ୍ରଷ୍ଟର ଅଧ୍ୟକ୍ଷ ଶୁଭଙ୍କର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ଗାୟତ୍ରୀ କର ମଞ୍ଚ ସଞ୍ଚାଳନ କରିଥିଲେ। ପଣ୍ଡିତ ବୀରେନ୍ଦ୍ର କର ବେଦପାଠ କରିଥିଲେ ଏବଂ ଶ୍ରୀମତୀ ସୁଷମା ଲେଙ୍କା ଓ ସୁଶ୍ରୀ ଲିଜା ପଟେଲ ମଞ୍ଚ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଯୁଗଶ୍ରୀ ଟ୍ରଷ୍ଟର ସଦସ୍ୟା ସୁଶ୍ରୀ ଗୀତାଞ୍ଜଳି ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।





