ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ଜାଗରଣ ମଞ୍ଚ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ମାତା ପଦ୍ମାବତୀ ଦାଶଙ୍କ ୭୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କିଛି ଦିନ ପୂର୍ବରୁ ଭୁବନେଶ୍ୱର ଠାରେ ହୃଦ୍ ରୋଗର ଅସ୍ତ୍ରୋପଚାର କରିଥିଲେ। ଗତ ୩ ତାରିଖରେ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କ ଏକମାତ୍ର ପୁଅ ଗୋଦାବରୀଶ ଓ ସାନ ଝିଅ ନିଜ ଗାଡ଼ିରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଉଥିବା ସମୟରେ ଚାରିଛକ ମଧବପୁର ଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ କାଳୀ ମନ୍ଦିର ପଡ଼ା ସ୍ଥିତ ବାସଭବନରେ ଆଜି ତାଙ୍କ ସ୍ୱାମୀ ସୂର୍ଯ୍ୟନାରାୟଣ ପାତ୍ର, ପୁଅ ଗୋଦାବରୀଶ ଓ ତିନି ଝିଅ ନାତି ନାତୁଣୀ ଓ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ସ୍ଥାନୀୟ ଆଶା ସାଗର ନିକଟସ୍ଥ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଶ୍ରୀମତୀ ପଦ୍ମାବତୀ ଦାଶ ଅବସର ପ୍ରାପ୍ତ ଆଇସିଡିଏସ୍ ସୁପରଭାଇଜର ଥିଲେ। ଜଣେ ଧର୍ମ ପରାୟଣା ଓ ମେଳାପୀ, ସରଳ ସ୍ଵଭାବ ସହିତ ପରୋପକାରୀ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।





