ଶୋଭା ସମ୍ମାନରେ ସମ୍ମାନିତ ହେଲେ ଗୌରୀ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଓଡ଼ିଶା ସଂଗଠନର ୩୩ତମ ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ସମାଜସେବୀ ଗୌରୀ ଶଙ୍କର ରାଓଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ “ଶୋଭା ସମ୍ମାନ” ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇ ଗୌରୀ କହିଛନ୍ତି ଯେ, ଏହା ତାଙ୍କ ଜୀବନର ଏକ ଗୌରବମୟ ମୁହୂର୍ତ୍ତ। ଦୀର୍ଘଦିନ ଧରି କରିଆସୁଥିବା ସମାଜସେବାକୁ ସଂଗଠନ ପକ୍ଷରୁ ଏଭଳି ସ୍ୱୀକୃତି ମିଳିଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ସମ୍ମାନ କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ତାଙ୍କୁ ସବୁବେଳେ ପ୍ରେରଣା, ସ୍ନେହ, ସହଯୋଗ ଓ ଆଶୀର୍ବାଦ ଦେଇଆସୁଥିବା ସାଧାରଣ ଲୋକଙ୍କ ପ୍ରତି ଏହାର ସମର୍ପଣ ରହିଛି। ସେ ଆହୁରି କହିଛନ୍ତି ଯେ, ଏଭଳି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଅଧିକ ନିଷ୍ଠାର ସହ ସମାଜସେବା କରିବାକୁ ପ୍ରେରଣା ଯୋଗାଇବ। ସେହିପରି ଏହା ଅନ୍ୟ ସମାଜସେବୀମାନଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି। ଶେଷରେ ସେ ସମସ୍ତଙ୍କ ଭଲପାଇବା, ସହଯୋଗ ଓ ଆଶୀର୍ବାଦ ଭବିଷ୍ୟତରେ ମଧ୍ୟ ଏଭଳି ଅବ୍ୟାହତ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.