ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଲୋକଙ୍କ ଚର୍ଚ୍ଚା ଆଲୋଚନାକୁ ସତ ପ୍ରମାଣିତ କରି କଳାହାଣ୍ଡି ଜିଲ୍ଲା ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଶନିବାର ବିଦ୍ଧି ବଦ୍ଧ ଭାବେ ଭୁବନେଶ୍ୱର ବିଜେପି ଅଫିସରେ ପଦ୍ମ ଧରିଲେ। ତାଙ୍କ ପିତା ସ୍ୱର୍ଗତ କିରଣ ଚନ୍ଦ୍ର ସିଂ ଦେଓ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭରୁ ଦିବଙ୍ଗତ ନେତା ବିଜୁ ବାବୁଙ୍କ ସହ କାମକରି, ତାଙ୍କ ସରକାରରେ ମନ୍ତ୍ରୀ ରହି କଳାହାଣ୍ଡିର ଅନେକ ବିକାଶ କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଭାବରେ ବିଜେଡି ଦଳ ଗଠନ ହେବା ପରଠୁଁ ଜୀଵନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କିରଣ ବାବୁ ନବୀନ ବାବୁଙ୍କ ହାତ ଛାଡ଼ି ନଥିଲେ। ତାଙ୍କ ପୁଅ ଭାବରେ ବିଜେଡି ଜିଲ୍ଲା ପରିଷଦ ଟିକେଟ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ମଧ୍ୟ ଆସୀନ କରାଇଲା ପୁଷ୍ପେନ୍ଦ୍ରଙ୍କୁ। ଦଳ ପାଇଁ ସ୍ବତନ୍ତ୍ର ପରିଚୟ ପାଇ ନାଲିବତୀ ଗାଡିରେ ବସିଲେ ପୁଷ୍ପେନ୍ଦ୍ର। ହେଲେ ଏବେ ନବୀନ ପଟ୍ଟନାୟକ ସରକାର କ୍ଷମତା ଚ୍ୟୁତ ହେବା ପରେ, ନବୀନ ବାବୁଙ୍କ ଖରାପ ସମୟରେ ତାଙ୍କୁ ଛାଡି ଚାଲିଯିବା ଠିକ ହେଲାନି ବୋଲି ନର୍ଲାର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।





