ଗଜପତି ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧିନତା ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାନ୍ ଭାରତର ଏହି ସ୍ବାଧିନତା ଦିବସ ସମାରୋହରେ ଓଡ଼ିଶାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ସମବେତ ଜନତାଙ୍କୁ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରଥମେ ସ୍ଵାଧୀନତା ସଂଗ୍ରାମୀ ଏବଂ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହି ବିକଶିତ ଓଡ଼ିଶା ଓ ଭାରତ ବିକଶିତ ଭାରତ ଗଠନ ପାଇଁ ଦେଶର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ଲୋକଙ୍କ ସରକାର ସଂକଳ୍ପବଦ୍ଧ ବୋଲି କହି ଏହି ଶୁଭ ଦିନରେ ଜିଲ୍ଲା ତଥା ରାଜ୍ୟର ଉନ୍ନତି ପାଇଁ ନିରନ୍ତର ପ୍ରାୟାସ କରିବାକୁ ଆମେ ଶପଥ ନେବ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ର ଲକ୍ଷ ଆମେ ହାସଲ କରିବା ଏବଂ ସମସ୍ତେ ଜଣେ ଜଣେ ସହଯୋଗୀ ଓ ସହଭାଗୀ ହୋଇ ଓଡ଼ିଶା ତଥା ଭାରତର ଏହି ଜିଲ୍ଲା ର ବିକାଶ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଓ ସଙ୍ଗଠିତ ହେବା। ବିକାଶ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିଲେ ଜିଲ୍ଲାର ବିକାଶ ଆଗେଇ ପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏବଂ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ଓ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁରସ୍କୃତ କରିଥିଲେ । ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ବନଖଣ୍ଡ ଅଧିକାରୀ କେ.ନାଗରାଜୁ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.