କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କ୍ୟାଡର) ବୈଠକ 

ଈଶ୍ୱରୀ ପ୍ରସାଦ ଅଗସ୍ତି ଓ ଘାସିରାମ ଖାଡ଼ଙ୍ଗା ଜିଲ୍ଲା ମିଡ଼ିଆ କୋର୍ଡିନେଟର ଭାବେ ହେଲେ ମନୋନୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କ୍ୟାଡର) ତରଫରୁ ଭବାନୀପାଟଣା ଠାରେ ସମସ୍ତ ବ୍ଲକ କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ମୌସମୀ ଅଧିବେଶନରେ ରାଜ୍ୟସଂଘର ନିର୍ଦେଶକ୍ରମେ ବିଧାନସଭା ଘେରାଉ ତଥା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।  ଦୀର୍ଘ ବର୍ଷେ ଧରି ଖାଲି ରହିଥିବା ଜିଲ୍ଲା ମିଡ଼ିଆ କୋର୍ଡିନେଟର ପଦବୀ ପୂରଣ ସକାଶେ ନିର୍ବାଚନ ପ୍ରକ୍ରିୟା ପାଇଁ ଜିଲ୍ଲା ସଭାପତିଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକ କର୍ମକର୍ତ୍ତାଙ୍କ ସର୍ବସମ୍ମତ୍ତି କ୍ରମେ ଈଶ୍ୱରୀ ପ୍ରସାଦ ଅଗସ୍ତି (କୋକସରା) ଏବଂ ଘାସିରାମ ଖାଡ଼ଙ୍ଗା (ନର୍ଲା)ଙ୍କୁ ମିଡ଼ିଆ କୋର୍ଡିନେଟର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗଗନ ବିହାରୀ ପଟ୍ଟନାୟକ, ଅନିଲ କୁମାର ପଟ୍ଟନାୟକ, ନୀଳାମ୍ବର ସାହା, ମୁରଲୀଧର ଅଘରିଆ, ଡମ୍ବରୁ ଧର କାଣ୍ଡ, ଗିରିଧାରୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିବାବେଳେ ଜିଲ୍ଲା ସଂଘ ସାଧାରଣ ସମ୍ପାଦକ କୈଳାଶ ବିଶି ବୈଠକ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂଘ ମହାସଚିବ ଲଳିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.