‘ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

ଓଡିଆ ବାର୍ତ୍ତା/ କଟକ: ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ଲକ୍ଷ୍ୟ ନେଇ ‘ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ପୂର୍ବ ରେଳର ଆସାନସୋଲ ମଣ୍ଡଳ ଅଧୀନସ୍ଥ ମେମୁ ସେଡ୍‌ରେ କର୍ମଚାରୀମାନଙ୍କ ମଧ୍ୟରେ ଫଳଦାୟୀ ଚାରା ବଣ୍ଟନ କରାଯାଇଛି ।ଆସାନସୋଲ ରେଳ ମଣ୍ଡଳର ପରିବେଶ ଓ ଗୃହରକ୍ଷଣ ପରିଚାଳନା ବିଭାଗ ପକ୍ଷରୁ ଆୟୋଜିତ ଏହି ସବୁଜ ପଦକ୍ଷେପରେ ଆସାନସୋଲ ମେମୁ ସେଡ୍‌ର ସହକାରୀ ମଣ୍ଡଳ ଯାନ୍ତ୍ରିକ ଅଭିଯନ୍ତା ପରିବେଶବିତ୍ ତଥା ସମାଜସେବୀ ଇଂ.ଉତ୍ତମ କୁମାର ପଟ୍ଟାୟତ କର୍ମଚାରୀମାନଙ୍କ ମଧ୍ୟରେ ଚାରା ବଣ୍ଟନ କରିଥିଲେ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ କେବଳ ବୃକ୍ଷରୋପଣରେ ସୀମିତ ନ ରହି, ପ୍ରତ୍ୟେକ କର୍ମଚାରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ଓ ବ୍ୟକ୍ତିଗତ ଦାୟିତ୍ୱବୋଧ ସୃଷ୍ଟି କରିବା ଯାହାର ସ୍ଲୋଗାନ “ଆଜି ଗଛଟିଏ ଲଗାନ୍ତୁ, ଆସନ୍ତା କାଲିକୁ ସୁରକ୍ଷିତ କରନ୍ତୁ” ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.