ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଲା ଆଇସିଆଇଆଇସିସି- ୨୦୨୬ ସମ୍ମିଳନୀ : ସ୍ୱାସ୍ଥ୍ୟସେବା ଓ ନିଦାନରେ ଏଆଇ ଉପରେ ଗୁରୁତ୍ଵାରୋପ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ୍ସ ବିଭାଗ ପକ୍ଷରୁ ‘ସ୍ୱାସ୍ଥ୍ୟସେବା ଓ ନିଦାନ କ୍ଷେତ୍ରରେ ଏଆଇର ଭୂମିକା’ ବିଷୟବସ୍ତୁକୁ ନେଇ ଦ୍ୱିତୀୟ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇନୋଭେସନ୍ସ ଇନ୍ ଇଣ୍ଟେଲିଜେଣ୍ଟ କମ୍ପ୍ୟୁଟିଂ ଆଣ୍ଡ୍ କମ୍ୟୁନିକେସନ୍ସ (ଆଇସିଆଇଆଇସିସି)-୨୦୨୬’ ଅଗଷ୍ଟ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଛି। ତିନିଦିନିଆ ଏହି ସମ୍ମିଳନୀରେ ଭାରତ ଓ ବିଦେଶରୁ ୧୪ ଜଣ ବିଶିଷ୍ଟ ବକ୍ତା ଯୋଗଦେଇଥିବା ବେଳେ ୪୪ଟି ଗବେଷଣା ପତ୍ର ଉପସ୍ଥାପିତ ହୋଇଥିଲା। ସ୍ୱାସ୍ଥ୍ୟସେବାରେ ଏଆଇର ପ୍ରୟୋଗ, ଫେଡେରେଟେଡ୍ ଲର୍ଣ୍ଣିଂ, କ୍ଲାଉଡ୍ କମ୍ପ୍ୟୁଟିଂ ସମେତ ବିଭିନ୍ନ ଉଦୀୟମାନ ପ୍ରଯୁକ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଏହି ସମ୍ମିଳନୀର ସଫଳତା କାମନା କରିବା ସହ ଆୟୋଜକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ବିପିୟୁଟି, ରାଉରକେଲାର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓୟୁଟିଆର୍, ଭୁବନେଶ୍ୱରର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍‌ର ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍‌ଯାପନୀ ଅଧିବେଶନରେ ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟି, ଓଡ଼ିଶାର କୁଳପତି ପ୍ରଫେସର ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଇଆର୍‌ଏମ୍‌ଏ, ଗୁଜରାଟର ପ୍ରଫେସର ହରେକୃଷ୍ଣ ମିଶ୍ର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ମାନସ ରଞ୍ଜନ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀ ଶେଷରେ ଶ୍ରେଷ୍ଠ ଗବେଷଣା ପତ୍ର ପାଇଁ ପୁରସ୍କାର ପ୍ରଦାନ କରାଯିବା ସହ ଅତିଥି ଓ ବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.