ଗୁରୁତର ଭାବରେ ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କରାଇଲେ ଜମ୍ବେଶ୍ୱରପୁର ଯୁବ ସଂଗଠନର କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନରେ ଥିବା ଜମ୍ବେଶ୍ୱରପୁର ଗ୍ରାମର ଯୁବ ସଂଗଠନର କର୍ମକର୍ତ୍ତା ମାନେ ରାସ୍ତାକଡରେ ପଡ଼ିଥିବା ଗୁରୁତର ଆଘାତପ୍ରାପ୍ତ ଗୋଟିଏ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ପଶୁଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ କରାଇଛନ୍ତି । ପାଖ ଗାଁ ବସନ୍ତପୁର ବିଦ୍ୟାଳୟ ସନ୍ନିକଟ ରାସ୍ତାକଡ଼ରେ କୌଣସି ଏକ ଦୁର୍ବୃତ୍ତ ଦ୍ୱାରା ଗୁରୁତର ଆଘାତପ୍ରାପ୍ତ, ମରଣ ସହ ସଂଗ୍ରାମ କରୁଥିବା ଷଣ୍ଢ ସ୍ଥାନୀୟ ବାସିନ୍ଦା ଜୟନ୍ତ ଆଚାର୍ଯ୍ୟ, ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶ୍ରୀ ସେଠୀ ତୁରନ୍ତ ପଶୁ ବିଭାଗକୁ ଜଣାଇବା ଫଳରେ ସ୍ଥାନୀୟ ପଶୁଧନ ନିରୀକ୍ଷକ ଅବିନାଶ ଦାସ ଖବର ପାଇ ଚିକିତ୍ସା ଆରମ୍ଭ କରିଥିଲେ। ଷଣ୍ଢଟି ସ୍ଵାଭାବିକ ଭାବେ ଆତଯାତ କରିନପାରିବା, ପିଠିରେ ମାରଣାସ୍ତ୍ର ଦ୍ଵାରା ସୃଷ୍ଟି ହୋଇଥିବା ଗଭୀର କ୍ଷତରୁ ରକ୍ତକ୍ଷରଣକୁ ଦୃଷ୍ଟିରେ ରଖି ଜମ୍ବେଶ୍ୱରପୁର ଯୁବକ ସଂଘର କର୍ମକର୍ତ୍ତା ସର୍ବଶ୍ରୀ ସୁଜିତ୍ କୁମାର ବାରିକ୍, ଅଜିତ୍ କୁମାର ଦାସ, ସାଗର ପାଣିଗ୍ରାହୀ, ସରୋଜ ଦାସ, ସଂଜିପ ନାୟକ, ଦେବାଶିଷ ରାୟ, ରାହୁଲ ଦାସ, ରାଜେଶ୍ ଦାଶ, ଲାୟୁସୁ ପ୍ରଧାନ, ଅଜିତ୍ କୁମାର ବାରିକ୍, ବିଭୂସରଣ ମହାନ୍ତି, କମଲେଶ ଦାଶ, ତ୍ରିଲୋଚନ ବେହେରା, ଶମ୍ଭୁଆ ଦାସ ଯତ୍ନର ସହ ତାକୁ ଆଣି, ଗ୍ରାମର ହରିସଭା ଗୃହ ବାରଣ୍ଡାରେ ଖାଦ୍ୟ ପାନୀୟ ଦେବା ସହ ସମସ୍ତ ଚିକିତ୍ସାର ସୁବ୍ୟବସ୍ଥା କରାଇଥିଲେ। ବର୍ଷାରୁ ରକ୍ଷା ପାଇବା ସହ ଉପଯୁକ୍ତ ଆବଶ୍ୟକୀୟ ସେବା ସହଯୋଗ ଲାଭରେ ଷଣ୍ଢଟି ଏବେ ଆରୋଗ୍ୟ ଲାଭ କରୁଥିବାର ଦେଖା ଯାଇଛି। ଯୁବ ସଂଗଠନର ଏଭଳି ସେବା ସହଯୋଗକୁ ଗ୍ରାମବାସୀ ପ୍ରଶଂସା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.