ପୁରାତନ ବିଦ୍ୟାର୍ଥୀ ପରିଷଦ ସଭା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ପୁରାତନ ବିଦ୍ୟାର୍ଥୀ ପରିଷଦ ସଭା ଅନୁଷ୍ଠିତ ହୋଇଯାଇଛି | ପୁରାତନ ଛାତ୍ର ଓଁକାର ନାଗ ସଭା ସଂଯୋଜନା କରିଥିବା ବେଳେ ଓମପ୍ରକାଶ ବେହେରା ସ୍ୱାଗତ ଭାଷଣ ଦେଇଥିଲେ | ଅଧ୍ୟାପକ ଦିଲୁ ବାଗ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ସାମାଜିକ କର୍ମୀ ଗୋକୁଳାନନ୍ଦ ବାରିକ, ସୁରେନ୍ଦ୍ର ବଗର୍ତ୍ତୀ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ବିକାଶ ଓ ରୌପ୍ୟ ଜୟନ୍ତୀ ଆୟୋଜନରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ | ଜ୍ୟୋତିକୃଷ୍ଣ ଧରୁଆ, ରିଙ୍କି ମେହେର, ବଦ୍ରିନାରାୟଣ ମହାନ୍ତି, ଦେବସ୍ମିତା ରାଜପଲିଆ, ରୋହନ ରାଜପଲିଆ, ସ୍ପନ୍ଦିତା ହୋତା, ବବ୍ଲୁ ବଗର୍ତ୍ତୀ, ସୋମ ମେହେର, ପ୍ରଦ୍ୟୁମ୍ନ ଭାଟି, ଆୟୁଷରଞ୍ଜନ ବାଗ, ସାଗରୀକା ଗଏଁତା, ବିଷ୍ଣୁପ୍ରିୟା ଭୋଇ, ମୋନାଲିସା ମାଝୀ, ପୁରବ ମେହେର, ଅଂଶୁମାନ ପ୍ରିତମ ରାଜପଲିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଜସ୍ମିନ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.