ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୩୪ତମ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି। ଭାବର ବନ୍ଧନରେ ସମଗ୍ର ଖଡ଼ିଆଳବାସୀ ଏକାକାର ହୋଇ ନୂଆଁଖାଇ ପର୍ବ ପାଳନ କରି ଭେଟ ଘାଟ ହୋଇଥିଲେ। ଏଥିରେ ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏକାକାର ହୋଇଥିଲେ। ୧୯୯୨ ମସିହାରୁ ଖଡ଼ିଆଳରେ ସାମୂହିକ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହେଉଅଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।





