ସିନାପାଲିରେ ସାମୁହିକ ନୂଆଖାଇ ଭେଟଘାଟ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ସିନାପାଲିରେ ନୂଆଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି ା ସିନାପାଲିର କାପସି ସ୍ଥିତ କେପି ଵାଟିକା ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ  ଅଞ୍ଚଳର ସମସ୍ତ ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୄତ୍ଯଗୀତର ମଜା ନେଇଥିଲେ ା ସାମୂହିକ ନୂଆଁଖାଇ ଭେଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଖଡିଆଲ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ଗୋଳାମଣି ସା, ନାରୟଣ ପାତ୍ର, ଅକ୍ଷୟ ନନ୍ଦ, ନନ୍ଦକୁମାର ପାତ୍ର, ତେଜରାଜ ମାଝୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା ପ୍ରାରମ୍ଭରେ କମିଟିର ସଂପାଦକ ପ୍ରଭାତ କୁମାର ମେହେର କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜଣାଇବା ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବେଣୁଧର ମେହେର ବିବରଣୀ ପଠନ କରିଥିଲେ ା ସ୍ବର ସଙ୍ଗମ କଳା ପରିଷଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ା କମିଟିର ବିଭିନ୍ନ କାର୍ଯ୍ୟକ୍ରମର ପତ୍ରିକା “ନୂଆଁଖାଇ ଦର୍ପଣ”କୁ ମଞ୍ଚରେ ଉନ୍ମୋଚନ କରାଯାଇଥିଲା l ଏହାପରେ ସ୍ଥାନୀୟ ଏବଂ ଜିଲ୍ଳା ବାହାରୁ ଆସିଥିବା କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ା ବିଶିଷ୍ଟ ସମ୍ବଲପୁରୀ ଗାୟିକା ସ୍ଵାଗତିକା ତ୍ରିପାଠୀ, ବ୍ଲୋଗସ ଶ୍ରଦ୍ଧା ପ୍ରଧାନ, କମେଡିଆନ ଚନ୍ଦନ ଶତପଥୀ, ୟୁଟୁବର ସ୍ମିତ ପ୍ରମୁଖ ଲୋକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ l ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୄତି ପ୍ରତିଭାଗିଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ସା ପରିଚାଳନା କରିଥିଲେ ା ମଞ୍ଚରେ ବହୁମୁଖୀ ପ୍ରତିଭା ନରସିଂହ ମେହେରଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ଯକ୍ରମ ପୂର୍ବରୁ ଏକ ଶୋଭାଯାତ୍ରା ମାଧ୍ଯମରେ ସହର ପରିକ୍ରମା କରିବା ସହ ସମସ୍ତ ଦେବାଦେବୀ ମନ୍ଦିରରୁ ଆଶୀର୍ବାଦ କାମନା କରାଯାଇଥିଲା ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣ ଥିଲା କାର୍ଯ୍ଯକ୍ରମ ପରିଚାଳନାରେ ଭେଟଘାଟ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ା ହଜାରହଜାର ଲୋକ ବିଳମ୍ବିତ ରାତି ଯାଏଁ ଶୃଙ୍ଖଳାର ସହ କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.