ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ସ୍ତରୀୟ ମା’ ମାଣିକେଶ୍ବରୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଛି। ପୂଜିକର୍ତ୍ତା ଭାବରେ ହେମନ୍ତ ନାଏକ ଓ ତାଙ୍କ ସହଧର୍ମିଣୀ ନନ୍ଦିନୀ ନାଏକ ରହିଥିବା ବେଳେ ପୁଜକ ଚନ୍ଦ୍ରଶେଖର ଦାସ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କାର୍ଯ୍ୟରେ ରାଜମିସ୍ତ୍ରୀ ସମେତ ବଢ଼େଇ ଓ ଗାଡ଼ି ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ନିକଟରେ ପ୍ରାର୍ଥନା କରି ମଙ୍ଗଳ କାମନା କରି ଥିଲେ। ଏହି କ୍ରମରେ ସାଧାରଣ ଲୋକେ ମଧ୍ୟ ଭଗବାନ ବିଶ୍ଵକର୍ମା ଙ୍କୁ ଦର୍ଶନ କରିଥିବାବେଳେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା। ଆୟୋଜକ କମିଟି ତଥା ରାଜମିସ୍ତ୍ରୀ ସଂଘର ସଭାପତି ରାଜକୁମର ବନ୍ଦିଛୋଡ, ସମ୍ପାଦକ ଦେବେନ୍ଦ୍ର ଧଙ୍ଗଡାମାଝୀ, ସହ ସମ୍ପାଦକ ଘାସିରାମ ପୁଝାରୀ, କୋଷାଧ୍ୟକ୍ଷ ବସନ୍ତ ବାଗ, ସହ କୋଷାଧ୍ୟକ୍ଷ ଯୁଗଳ ଛତ୍ରୀଆ, ଉପଦେଷ୍ଟା ଧର୍ମୁ ପୁଝାରୀ, ପରିଚାଳକ ମଧୁସୂଦନ ନାଏକ, ଗାଡ଼ି ମାଲିକ ସଂଘର ହରିହର ହଂସ, ମନ୍ମଥ ଦାସ, ଲଲିତ ନାଏକ, ରୋମାଞ୍ଚଳ ବାଗ, ଦେବେନ୍ଦ୍ର ପୁଝାରୀ ସମେତ ରାଜମିସ୍ତ୍ରୀ, ବଢ଼େଇ ଓ ଗାଡ଼ି ମାଲିକ ସଂଘର ଶତାଧିକ ସଦସ୍ୟ ଯୋଗଦେଇ ଥିଲେ।





