ଖଡ଼ିଆଳରେ ବିଶ୍ଵକର୍ମା ପୂଜା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାର ବିଭିନ୍ନ ସହର ଏବଂ ଗ୍ରାମାଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ବିଶେଷ କରି ନିର୍ମାଣ ହେଉଥିବା ସଂସ୍ଥା ଗ୍ୟାରେଜ ଏବଂ ଯାନ୍ତ୍ରିକ ଚାଳକ ଦ୍ୱାରା ପୂଜା ଅନୁଷ୍ଠିତ ହେଉଅଛି। ସୃଷ୍ଟି କର୍ତ୍ତା ବ୍ରହ୍ମା ଜଗତ ସୃଷ୍ଟି କରିଥିବା ବେଳେ ଏହି ବିଶ୍ୱକୁ ସୌନ୍ଦର୍ଯ୍ୟ, ଦିବ୍ୟ ଓ ଭବ୍ୟ ନିର୍ମାଣ ରେ ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟି ହୋଇଥାଏ। ତେଣୁ ତାଙ୍କୁ ଦେବ ଶିଳ୍ପୀ ମଧ୍ୟ କହିଥାନ୍ତି। ତାଙ୍କୁ ଆଜି ପାରମ୍ପରିକ ପୂଜା ଅର୍ଚ୍ଚନା କରି ତାଙ୍କ ଆଶିଷ ଭିକ୍ଷା କରିଥାନ୍ତି। ଯାହାଙ୍କ ଦ୍ୱାରା ଯାନ୍ତ୍ରିକ ଉପକରଣ ମଧ୍ୟ ପୂଜା କରିଥାନ୍ତି। ଆଜି ଏହି ପୂଜା ଅବସରରେ ନୂତନ ଯାନ ବାହାନ କିଣିବା ଦେଖାଯାଉଥିବା ବେଳେ ନିଜ ଯାନବାହନ କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଜୟ ମାତା ଦି ଚାଳକ ମହା ସଂଘ ପକ୍ଷରୁ ଅନୁଷ୍ଠିତ ପୂଜାରେ ତିଲ ହଂସ ସହଧର୍ମିଣୀ କର୍ତ୍ତା ରୂପେ ପୂଜା କରୁଥିବା ବେଳେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପୂଜାରେ ଅମୋଘ ନାରାୟଣ ପଣ୍ଡା ଦାୟିତ୍ୱ ନିର୍ବାହ କରି ପୂଜା କରିଛନ୍ତି। ଆଜି ଖଡ଼ିଆଳ ର ସମସ୍ତ ଗ୍ୟାରେଜ ରେ ମଧ୍ୟ ପୂଜା ଅନୁଷ୍ଠିତ ହୋଇଅଛି। ସେହିପରି ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷ ରୁ ମଧୁ ବହୁ ଆଡମ୍ବର ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.