ବାତ୍ୟା ଅର୍ଣ୍ଣାବକୁ ନେଇ ସଜାଗ ରାୟଗଡ଼ା ଜିଲ୍ଲା ପ୍ରଶାସନ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ତୁହାକୁ ତୁହା ହାଲୁକା ବର୍ଷା ରହିଛି । ଜିଲ୍ଲାରେ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅଧିକାରୀଙ୍କୁ ନେଇ OSWAN ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ନିର୍ଦେଶ ଦିଆଯାଇ ସ୍ବାସ୍ଥ୍ୟ ବିଭାଗ, ଅଗ୍ନୀଶମ ବିଭାଗ, ବିଦୁତ ବିଭାଗକୁ ସଜାଗ ରହିବା ନିମନ୍ତେ କୁହାଯିବା ସହିତ ଜିଲ୍ଲାରେ ପୁର୍ବରୁ ଓଡ୍ରାଫର ୩୫ ଜଣିଆ ତିନିଟି ଟିମ ରାୟଗଡ଼ାରେ ସଜାଗ କରି ରଖାଯାଇଛି । ଅଗ୍ନିଶମ ବିଭାଗର ୩ଜଣିଆ ଟିମ ଜିଲ୍ଲାରେ ଯେ କୌଣସି ଘଟଣା ଘଟିଲେ ତାହାର ମୁକୁବାଲା ପାଇଁ ପ୍ରସ୍ତୁତ ହେଇ ଅଛନ୍ତି । ଆଜି ଦିନ ୧୨ ଘଣ୍ଟା ସମୟରେ ୩୨୬ ନମ୍ବର ଜାତୀୟ ରାଜ ପଥରେ ଶେଷଖଲ ଠାରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେଇଥିଲା । ତୁରନ୍ତ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ସଫା କରିଥିଲେ ସେହିପରି ଅବପାତକୁ ଲକ୍ଷରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ୨୩-୨୪ ୨ଦିନ ଛୁଟିକୁ ୨୫ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ ସମ୍ବେଦନଶୀଳ ସ୍ଥାନ ଓ ରାସ୍ତାଘାଟ ଉପରେ ନିରନ୍ତର ନଜର ରଖିବା ସହ ଗର୍ଭବତୀ ଓ ପ୍ରସୂତି ମହିଳା, ବୃଦ୍ଧ, ଶିଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ପ୍ରତିକୂଳ ପାଣିପାଗ ଅବଧିରେ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବନ୍ଦ ରଖାଯାଇଛି । ଜଳସମ୍ପଦ ବିଭାଗ ଜଳସ୍ତର ଉପରେ ସର୍ବଦା ନଜର ରଖି ସମ୍ଭାବ୍ୟ ବିପଦ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ଅବଗତ କରିବା ନିମନ୍ତେ କୁହାହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.