ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଡୁକେରଚଚରା ଗାଁରେ ଶ୍ରଦ୍ଧା ଓ ଭକ୍ତିର ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଭାଗବତ ଜନ୍ମ’ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅକ୍ଷୟ ହୋତା, ରଜନୀକାନ୍ତ ଦାସ ପୂଜକ ରହିଥିବା ବେଳେ ହୃଷିକେଶ ଘିଭେଲା, ହାରା ଘିଭେଲା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ | ବିଶିଷ୍ଟ ପ୍ରବଚକ ଲିଙ୍ଗରାଜ ବେହେରା ପ୍ରବଚନ ପ୍ରଦାନ କରିଥିଲେ | ଭଜମନ ଘିଭେଲା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ | ହରିବନ୍ଧୁ ଦାସ, କେଶବ ଦାସ, ଗୋପାଳ ଦାସ ପ୍ରମୁଖ ସନ୍ଥ ଆଶୀର୍ବଚନ ପ୍ରଦାନ କରିଥିଲେ | ଡୁକେରଚଚରା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ଭାଗବତ ଶ୍ରବଣ କରିଥିଲେ |





