କଲ୍ୟାଣ ସିଂହପୁର ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣ ସିଂହପୁର ବ୍ଲକ ସଦର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ କଲ୍ୟାଣସିଂହପୁର ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଦର ପଞ୍ଚାୟତ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମଧୁସୂଦନ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ ଭାରପ୍ରାପ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠି ଯୋଗଦେଇଥିଲେ |ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମୁଖ୍ୟ ସଂଗୀତ ପାଲାକା, କଦମଦ୍ୱାର ସାହି ସେବଶ୍ରମ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଦାସ ଭାତ୍ରିଆ, ବଡଦ୍ୱାର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ କୌଶଲ୍ୟା ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରୁ ଚୟନ ହୋଇ ବ୍ଲକ ସ୍ତରରେ ଭାଗ ନେଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କୁ କନିଷ୍ଟ, ବରିଷ୍ଠ ଓ ଭିନ୍ନକ୍ଷମ ଭାବେରେ ବିଭକ୍ତ କରି ହସ୍ତାକ୍ଷର, ସଂଗୀତ ତର୍କ, ତଥା କୁଇଜ୍ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଇଥିଲା | ଅତିଥି ମାନେ ନିଜ ନିଜର ଅଭିଭାଷଣରେ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନଙ୍କ ଠାରେ ଲୁକାୟିତ ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ | କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ ପୂର୍ବକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ପୁରସ୍କାର ସହ ମାନପତ୍ର ଗୁଡ଼ିକ ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମକୁ କଲ୍ୟାଣସିଂହପୁର କ୍ଳଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି  ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.