ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ  ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ପର୍ଯ୍ୟାୟ ପ୍ରମୁଖ ମନୋଜ କୁମାର ନାୟକ ଓ ସୁଶାନ୍ତ କୁମାର ବାରିକ। ସ୍ୱାଗତ ସଂଗୀତ ଗାନ କରିଥିଲେ ଶିଶୁ ଭାଇ ଭଉଣୀ। ଶିଶୁ ଅଭିଭାଷଣ ଦେଇଥିଲେ ୪ର୍ଥ ଶ୍ରେଣୀର ଭାଇ ରୀତିଶ ସେଠୀ ଓ ହିତେଶ କୁମାର ବେହେରା। ଦୁଇ ମହାପୁରୁଷଙ୍କ ଜୀବନ ଚରିତ୍ର, ଆଦର୍ଶ ଓ ଦେଶପ୍ରେମ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା ସୁଶାନ୍ତ ବାରିକ। ମଞ୍ଚ ପରିଚାଳନା କରିଥିଲେ ରଶ୍ମି ମିଶ୍ର। ଅତିଥିଙ୍କ ପରିଚୟ ଦେଇଥିଲେ ସନ୍ତୋଷିନୀ ଆଚାରୀ ଏବଂ ଧନ୍ୟବାଦ ଦେଇଥିଲେ ଜ୍ୟୋତିର୍ମୟୀ ମହାପାତ୍ର। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.