ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୋଲମା ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଶାନ୍ତ ମାଣ୍ଡାଙ୍ଗି ଓଡ଼ିଶା ଥ୍ରୋ ବୋଲ ଦଳରେ ସାମିଲ ହୋଇ ମହାରାଷ୍ଟ୍ର ନାସିକ ଠାରେ ଅନୁଷ୍ଠିତ ଜାତୀୟ ଜୁନିଅର ଥ୍ରୋ ବୋଲ ପ୍ରତିଯୋଗିତାରେ ଭାଗନେଇ ଟିମ ତରଫରୁ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ଓଡ଼ିଶା ଆଜି ଗର୍ବିତ | ପୋଲମା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବାବୁଲା ମେଲାକାଙ୍କ ପ୍ରଚେଷ୍ଟା ବଳରେ ଏହା ସମ୍ଭବ ହୋଇପାରିଥିବା ନେଇ କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ଜଣା ପଡ଼ିଛି | ଆଜି ସୁଶାନ୍ତଙ୍କ ଆଗମନରେ ରାୟଗଡ଼ା ଷ୍ଟେସନ ବାହାରେ ରାୟଗଡ଼ା ଆଦିବାସୀ ମହାସଙ୍ଗ ର ଜିଲ୍ଲା ସଭାପତି ବିଜୟ କୁମାର ମେଲାକା ଓ ରାୟଗଡ଼ା ବ୍ଲକର ଉପାଧକ୍ଷ୍ୟ ହରପ୍ରସାଦ ହେପୃକା ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି | ଏହି ପରିପେକ୍ଷୀରେ ରାୟଗଡ଼ା ଜିଲ୍ଲାର ଅନେକ ଖେଳାଳି, ଖେଳ ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ଖେଳାଳି ସୁଶାନ୍ତ ଓ ଶିକ୍ଷକ ଶ୍ରୀ ବାବୁଲାଙ୍କୁ ସାଧୁବାଦ ଦେଇଛନ୍ତି |





