ଏକତାବଦ୍ଧ ହେଲେ ବସ୍ତାର କାର୍ଯ୍ୟରତ ସାମ୍ବାଦିକ : ବସ୍ତା ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବସ୍ତା ବ୍ଲକରେ କାର୍ଯ୍ୟରତ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ସାମ୍ବାଦିକମାନେ ଏକତାର ସୂତ୍ରରେ ବାନ୍ଧି ହୋଇଛନ୍ତି। ସାମ୍ବାଦିକଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଦୁର୍ନୀତି ବିରୋଧରେ ନିର୍ଭୀକ ଭାବେ ସ୍ୱର ଉତ୍ତୋଳନ କରିବାକୁ ସାମ୍ବାଦିକମାନେ ଶପଥ ନେଇଛନ୍ତି। ମଥାନି ଗହିରସିମୁଳିଆସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ‘ଅପରାହ୍ଣ’ ସମ୍ବାଦପତ୍ରର ମୁଖ୍ୟ ବଂଶୀଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବସ୍ତା ପ୍ରେସ କ୍ଲବର ସଭାପତି ରାମଚନ୍ଦ୍ର ଦେବ, ବସ୍ତା ସାମ୍ବାଦିକ ସଂଘର ସଭାପତି ଦୀନବନ୍ଧୁ ପ୍ରଧାନ, ପ୍ରେସ କ୍ଲବ ବସ୍ତାର ସଭାପତି ବିଜୟ କୁମାର ଭୂୟାଁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

ବୈଠକରେ ବସ୍ତା ବ୍ଲକରେ କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଂଗଠନକୁ ଏକତ୍ର କରି ସାମ୍ବାଦିକତାର ମର୍ଯ୍ୟାଦା ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ସର୍ବସମ୍ମତିକ୍ରମେ ବସ୍ତାର ସର୍ବପୁରାତନ ସରକାରୀ ସ୍ୱୀକୃତିପ୍ରାପ୍ତ ବସ୍ତା ପ୍ରେସ କ୍ଲବକୁ ଅଧିକ ସୁସଂଗଠିତ ଓ ସକ୍ରିୟ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏହି ଅବସରରେ ବସ୍ତା ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରାମଚନ୍ଦ୍ର ଦେବ, କାର୍ଯ୍ୟକାରୀ ସଭାପତି ଭାବେ ଦୀନବନ୍ଧୁ ପ୍ରଧାନ, ଉପସଭାପତି ଭାବେ ବିଜୟ କୁମାର ଭୂୟାଁ, ସାଧାରଣ ସମ୍ପାଦକ ଭାବେ ହରିଶଙ୍କର ପାଢ଼ୀ, ସମ୍ପାଦକ ଭାବେ ରବିନାରାୟଣ ଶତପଥୀ ଓ ରଞ୍ଜନ କୁମାର ବେହେରା ଏବଂ କୋଷାଧ୍ୟକ୍ଷ ଭାବେ ରାଜେଶ କୁମାର ଗିରି ମନୋନୀତ ହୋଇଥିଲେ।

ଉପଦେଷ୍ଟା ଭାବେ ଶିରୀଶ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ପାତ୍ର, ଦୀପକ କୁମାର ପରିଡ଼ା, ପୃଥୁନାଥ ମଣ୍ଡଳ, ଉମାକାନ୍ତ ମହାନ୍ତି ଓ ସୁଶାନ୍ତ କୁମାର ପ୍ରଧାନଙ୍କୁ ଚୟନ କରାଯାଇଥିଲା। ସେହିପରି ମିଡିଆ ସଂଯୋଜକ ଭାବେ ଅଜିତ କୁମାର ସାହୁ ଓ ଭରତ କୁମାର ଦାସଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବଂଶୀଧର ଜେନା ଓ ମହାଦେବ ଦାସଙ୍କୁ ମନୋନୀତ କରା ଯାଇଥିଲା।

ବୈଠକରେ ବସ୍ତା ବ୍ଲକର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେବା, ଦୁର୍ନୀତି ବିରୋଧରେ ନିର୍ଭୀକ ଭାବେ ଲଢ଼ିବା ଏବଂ ସାମ୍ବାଦିକତାର ମର୍ଯ୍ୟାଦା ଓ ଚତୁର୍ଥ ସ୍ତମ୍ଭର ଭୂମିକାକୁ ଆହୁରି ଶାଣିତ କରିବାକୁ ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌.କେ. ଜଗୁରୁଦ୍ଦିନ, ମଧୁସୂଦନ ପଣ୍ଡିତ, ଜୟନ୍ତ ବେହେରା, ବସନ୍ତ ଭଦ୍ର, ପ୍ରଶାନ୍ତ ସେନାପତି, ବେଣୁଧର ଦାସ, ସୀତାକାନ୍ତ ଦାସ, ଭଜହରୀ ପରିଡ଼ା, ଦେବାଶିଷ ସେଠୀ, ଜଗତ କୁମାର ଗିରି, ବିଷ୍ଣୁପଦ ପତି, ରାଜେଶ ବେହେରା ଓ ଜନ୍ମେଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦେବାଶିଷ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.