ଖାସବାହାଲ ଏବଂ ଦୋହେଲ ପଡ଼ା ଗ୍ରାମପଞ୍ଚାୟତରେ ରୋଗପୋକ ଦାଉରୁ ଧାନ ଫସଲ କ୍ଷତି; ବିଭାଗିୟ ତଦନ୍ତ ଆରମ୍ଭ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦୋହେଲ ପଡ଼ା ଗ୍ରାମପଞ୍ଚାୟତ ଦ୍ୱୟରେ ରୋଗପୋକ ଦାଉରୁ ଧାନ ଫସଲ କ୍ଷତି ଘଟଣାର ବିଭାଗିୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା କୃଷି ଅଧିକାରୀ ପ୍ରଣତି ପ୍ରଧାନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ବ୍ୟାପକ ସମସ୍ୟା ରହିଥିବା ବେଳେ ଉପଯୁକ୍ତ କୀଟନାଶକ ବ୍ୟବହାର ପାଇଁ ପରାମର୍ଶ। ଦେଇଥିବା ବେଳେ ଆସନ୍ତା ସାତ ଦିନ ପରେ ଏହାର ପ୍ରଭାବ ସୁନିଶ୍ଚିତ ହେବ ବୋଲି ପ୍ରକାଶ କରିଛନ୍ତି। ସେହିପରି ଭିଏଲଡବଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକାଶ କରିଛନ୍ତି। ଧାନ ଫସଲ ନଷ୍ଟ ହେବା ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଅବହେଳା ଗ୍ରହଣୀୟ ନୁହେଁ । ବର୍ତ୍ତମାନ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳରେ ପୁର୍ଣ୍ଣ ଚନ୍ଦ୍ର ନାଏକ, ସମେତ କୃଷି ସାଥି, କୃଷି କର୍ମଚାରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.