ଖପ୍ରାଖୋଲ କ୍ଲଷ୍ଟର ସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ଖପ୍ରାଖୋଲ କ୍ଲଷ୍ଟର ସ୍ତରୀୟ ‘ସୁରଭି-୨୦୨୬’ ଶିଶୁ ମହୋତ୍ସବ ଖପ୍ରାଖୋଲ ସିଆରସିସି ପ୍ରଦୀପ କୁମ୍ଭାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘୁନସର ପରିସରରେ ପ୍ରଧାନଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ସଭାପତିତ୍ୱରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ଉଦ୍‌ଘାଟନୀ ଉତ୍ସବରେ ଘୁନସର ସରପଞ୍ଚ ଶ୍ରୀମତୀ ଅନୁସୂୟା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଖପ୍ରାଖୋଲ ସିଆରସିସି ପ୍ରଦୀପ କୁମ୍ଭାର ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଉଦ୍‌ଘାଟନୀ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସାହୁ, ଖପ୍ରାଖୋଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇସ୍ପାଲ ସୁନା, ସୁଧୀର କୁମାର ନାଗ, ବସୁଦେବ ଆଚାର୍ଯ୍ୟ, ଧରମ ସିଂ ଧରୁଆ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ‘ସୁରଭି-୨୦୨୬’ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ଶିଳ୍ପକଳା, ଚିତ୍ରକଳା, ଗଣିତ ଦୌଡ଼, କୁଇଜ୍ ଓ ସଙ୍ଗୀତ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଅପରାହ୍ନ ରେ ପ୍ରଧାନଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଖପ୍ରାଖୋଲ ବ୍ଲକ୍ ଉନ୍ନୟନ ଅଧିକାରୀ (BDO) ବିବେକାନନ୍ଦ ଷଡଙ୍ଗୀ, ଖପ୍ରାଖୋଲ ତହସିଲଦାର ସୌମ୍ୟରଞ୍ଜନ ବେହେରା, ଏବଂ ଖପ୍ରାଖୋଲ ସିଆରସିସି ପ୍ରଦୀପ କୁମ୍ଭାର ଓ ବିଦ୍ଯାଳୟ ସଭାପତି ବିକାଶ ଦାଶ ପ୍ରମୁଖ ଅତିଥି ଭାବେ, ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ସଭାକୁ ଶିକ୍ଷକ ମୁରଳୀଧର ମେହେର ଓ ଶିକ୍ଷୟିତ୍ରୀ ମନୋରମା ନାଏକ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ମନୋରମା ନାଏକ, ନମିତା ମଣ୍ଡଳ, ସସ୍ମିତା ପଧାନ, ଧରମ ସିଂ ଧରୁଆ, ଘନଶ୍ୟାମ ପସାୟତ, ମୋତିଲାଲ ତାଣ୍ଡି, ଜଗନ୍ନାଥ ପାଣ୍ଡେ, ବିଜୟ ପଟେଲ, ପୁଷ୍ପାଞ୍ଜଳି ସେଠ୍, ଅଙ୍କିତା ପାଣ୍ଡେ, ଆଶୁତୋଷ ସିଂ ବୁଡେକ, ନବୀନ କିଷାନ ଓ ଅଶୋକ ବାଗ, ମନୋଜ ସାହୁ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘୁନସରର ଶିକ୍ଷକ ଓ କର୍ମଚାରୀ ଉସତ ଗଡତିଆ, ଗୌର ମାଝୀ, ଝରଣା କର, ଦିପାଞ୍ଜଳି ପ୍ରଧାନ, ରଥଗୁରୁ, କୃଷ୍ଣଧର ପାତ୍ର, ଡୋଳାମଣି ପଧାନ, କାହ୍ନୁଚରଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ, ରମେଶ ମାଝୀ ଓ କ୍ଷମାସାଗର ବାଗ ତଥା କ୍ଲଷ୍ଟର ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ , ଶେଷରେ ଧନ୍ୟବାଦ ଅର୍ପଣ ପରେ ଉଦ୍‌ଯାପନୀ ସଭା ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.