ପିତାମହୁଲ ଗାଁରେ ଚାଷୀ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା:‌ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁର ଚାଷୀମାନଙ୍କୁନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଛି । ଏ ସଚେତନତାର ବିଷୟ ଥିଲା “ଡାଳି ଜାତୀୟ ଫସଳରେ ଆତ୍ମ ନିର୍ଭରଶୀଳତା,” କିପରି ଡାଳି ଜାତୀୟ ଫସଳ କରି ଚାଷୀ ମାନେ ଳାଭବାନ ହେଇପାରିବେ ଓ ଏଥିପାଇଁ ସରକାରୀ ତରଫରୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ଚାଷୀମାନଙ୍କୁ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଲଣ୍ଡା ପଞ୍ଚାୟତର କୃଷି ବିଭାଗର ଅଧିକାରୀ ରାଜେନ୍ଦ୍ର ଦାସ ଓ ସହଯୋଗ କରିଥିଲେ କୃଷକ ସାଥି ଗିରିଧାରୀ ନାୟକ ଏରଂ ଡିଜିଟାଲ ଚାଷ ସର୍ଭେୟର ଅନନ୍ତ ବାଗ । ଗାଁର ଚାଷୀମାନେ ନିଜ ଚାଷର ସମସ୍ୟା ଗୁଡିକ ବିଷୟରେ କୃଷକ ଅଧିକାରୀଙ୍କୁ ଜଣାଇଥିଲେ, କୃଷକ ଅଧିକାରୀ ସେସବୁର ସମାଧାନ ଚାଷୀ ମାନଙ୍କୁ ବୁଝାଇ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଚାଷୀ ମାନେ ହେଲେ ଘନଶ୍ୟାମ ମାଝୀ, ନରହରି ପୁଞ୍ଜି, ଗୁଣନିଧି ବାଗ, ତୃପାମୟ ପୁଞ୍ଜି, ପରମାନନ୍ଦ ଖର୍ସେଲ, ଚୁଡ଼ାମଣି ପୁଞ୍ଜି,ଚିତ୍ରୁ ବାଗ, ଭୁବନେଶ୍ୱର ବାଗ ଓ ଗାଁ ର ଅନ୍ୟାନ୍ୟ ଚାଷୀମାନେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.