ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ଚିନ୍ତାଧାରାର ମହାନ ଚିନ୍ତକ ଏବଂ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀ ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କାର୍ଯ୍ୟାଳୟ ଠାରେ ପାଳିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଜ୍ୟ କୃଷକ ସେଲ୍ ସଭାପତି ବିଜୟ ବେହେରା, ଯୁବ ଜନସଭା ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ, ବରିଷ୍ଠ ସମାଜବାଦୀ ନେତା ବାଳକୃଷ୍ଣ ଷଣ୍ଢ, ଆଦିତ୍ୟ ହଂସ, ସୁରେଶ ଚନ୍ଦନ, ଧନଞ୍ଜୟ ବାଗ, ଯୁବ ସଂଗଠକ ସନ୍ତୋଷ ବାଗ ପ୍ରମୁଖ ସମାଜବାଦୀ କର୍ମୀ ଉପସ୍ଥିତ ରହି ଲୋକ ନାୟକଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।





