ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠରେ ଶାରଦୀୟ ନବରାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠରେ ଚାଲିଛି ଶାରଦୀୟ ନବରାତ୍ର। ପ୍ରତିଦିନ ପ୍ରାତଃ ୬ଟାରୁ  ୭ଟା  ପନ୍ଦର ପର୍ଯ୍ୟନ୍ତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେଉଛି। ଏଥିରେ  ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇ ଆହୁତି  ଦେଇଛନ୍ତି। ଶାନ୍ତି କୁଞ୍ଜ ହରିଦ୍ୱାର ତତ୍ୱାବଧାନରେ ଏହି ନବରାତ୍ରୀ ଅନୁଷ୍ଠିତ ହୋଇଥିବା ବେଳେ ରୁପ୍ରାରୋଡ ଗାୟତ୍ରୀ ଶକ୍ତି ପୀଠ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ୨୦ ତାରିଖ ଦିନ ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି  ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠ କମିଟି  ପ୍ରକାଶ କରିଛନ୍ତି। ଅନିଲ କୁମାର ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ରଞ୍ଜନ ତ୍ରିପାଠୀ, ପ୍ରେମାନନ୍ଦ ପଧାନ, ଟୁନୁ  ଗଡତିଆ, ମିହିର ପଧାନ, ପଦ୍ମନାଭ  ଗହୀର, ଶ୍ୟାମ  ଗଉଡ, ତପନ ସାହୁଙ୍କ ସମେତ ଅନେକ ଭକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.