ଓଡ଼ିଆ ବାର୍ତ୍ତା/ କଟକ: ସାଲେପୁର ଶିଶୁଆ ସ୍ଥିତ ସମ୍ପୂର୍ଣ୍ଣା ରିସର୍ଟ ଠାରେ ଭାରତୀୟ ଜନତା ପାର୍ଟିର “ଗଣତନ୍ତ୍ର ବଂଚାଅ ଅରାଜକତା ହଟାଅ” ଅଭିଯାନ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲା ସଭାପତି ରାମ ନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯାନକୁ କଟକ ଜ଼ିଲ୍ଲାରେ କିଭଳି ଲୋକଙ୍କ ପାଖରେ ପହଞ୍ଚାଇ ହେବ ସେନେଇ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟ ଉପସଭାପତି ଅଶୋକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ତାଙ୍କ ସହିତ ଜ଼ିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି, ପ୍ରଭାରୀ କିଶୋର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ସାହୁ, କୁଞ୍ଜ ମୋହନ ସେଠି, ସାଲେପୁର ବିଜେପି ନେତା ଅରିନ୍ଦମ ରାୟ, ବ୍ରଜେନ୍ଦ୍ରରାୟ, ପ୍ରଭାତ କେଶରୀ ମିଶ୍ର ପ୍ରମୁଖ ନେତା ମଂଚ ମଣ୍ଡନ କରିଥିଲେ । ଜ଼ିଲ୍ଲା ସାଧାରଣ ସମ୍ପାଦକ ହରିକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସୂର୍ଯ୍ୟମଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ଭିତରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ରାଉତ, ଉପସଭାପତି ରଘୁପତି ମହାନ୍ତି, ହିମାଂଶୁ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ତ୍ରିଲୋଚନ ପାତ୍ର, ମମତା ନାଏକ, ସୁଶାନ୍ତ ମହାନ୍ତି, ସମ୍ପାଦକ ତାପସ ଜେନା, ଉମାକାନ୍ତ ସେଠି, ସନାତନ ଦାଶ, ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତି ଥିଲେ I ଜ଼ିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ ଉପସ୍ଥିତି ରହି ଅଭିଯାନକୁ ଜୋରଦାର କରିବାକୁ ମତ ଦେଇଥିଲେ I ଏହାପରେ ଜ଼ିଲ୍ଲାର ପଦାଧିକାରୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।





