ଘୁନସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ମୁକ୍ତ ଯୁବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଘୁନସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେରା ଯୁବା ଭାରତ, ବଲାଙ୍ଗୀର ଓ ସ୍ୱାଗତ ସେବା ସଙ୍ଘ, କୁମ୍ଭାରୀର ମିଳିତ ଆନୁକୂଲ୍ୟରେ ନିଶା ମୁକ୍ତ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି ଉପଲକ୍ଷେ ସ୍ୱାଗତ ସେବା ସଙ୍ଘର କର୍ମକର୍ତ୍ତା ଫକୀର ଚରଣ ବଗର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାର ମୁଖ୍ୟ ଅତିଥି, ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବାଗ, ଓଡ଼ିଆ ଅଧ୍ୟାପକ ନିରାକାର ସାହୁ, ଇଂରାଜୀ ଅଧ୍ୟାପକ ଅମିତାଭ ବୁଡ଼େକ, ସାମାଜିକ କର୍ମୀ ଝସକେତନ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ| ‘ମେରା ଯୁବା ଭାରତ’ର ସଇଁତଲା ବ୍ଲକ ପ୍ରଭାରୀ ଶ୍ରୀଓମ୍ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ| ବର୍ତ୍ତମାନ ପରିପ୍ରେକ୍ଷୀରେ ନିଶା ମୁକ୍ତ ସମାଜ ଗଠନ ପାଇଁ ଯୁବ ସମାଜ ଆଗେଇ ଆସିବା ଅତ୍ୟନ୍ତ ଜରୁରୀ| ପ୍ରଥମେ ସ୍ୱୟଂ ନିଶା ଠାରୁ ଦୁରେଇ ରହିଲେ ହିଁ ନିଶା ମୁକ୍ତ ସମାଜ ଗଠନ ଦିଗରେ ଆମେ ଆମର ଭୂମିକାକୁ ପ୍ରଭାବୀ ଓ ପ୍ରେରଣାଦାୟୀ କରିପାରିବା ବୋଲି ବକ୍ତାଗଣ ମତ ବ୍ୟକ୍ତ କରିଥିଲେ| ଶେଷରେ ଦୀପକ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ| ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଶା ଠାରୁ ଦୁରେଇ ରହିବା ପାଇଁ ଶପଥ ନେଇଥିଲେ|

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.