ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ସାମ୍ଭାବ୍ୟ ବାତ୍ୟା ‘ମୁରାସୁ’ କୁ ନେଇ ସଜାଗ ହୋଇଛନ୍ତି। ବ୍ଳକର ଆମପାଣି ଗ୍ରାମ ପଞ୍ଚାୟତର ଉପାନ୍ତ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକଙ୍କୁ ଥଇଥାନ କରାଯାଇଛି। ବିରିମୁହାଁଣ, ଟିର୍ଲିଆମ ଭଲି ପାହାଡିଆ ଅଞ୍ଚଳର ପ୍ରାୟ ୩୦ ପରିବାରର ୧୫୦ ଜଣରୁ ଉର୍ଦ୍ଧ ଲୋକଙ୍କୁ ବିରିମୁହାଁଣ ସ୍କୁଲରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି। ଏବଂ ସେମାନଙ୍କୁ ନିମନ୍ତେ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏନେଇ ମଙ୍ଗଳବାର ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡ଼ଗଙ୍ଗ ପ୍ରଧାନ, ସରପଞ୍ଚ ରୁକ୍ମମଣୀ ବାଣୁଆ, ପିଇଓ ଯୋଗେଶ୍ୱର ବେମାଲ ସମେତ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।





