କଳାହାଣ୍ଡିରେ ଗଠିତ ହେଲା କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଅମଲା ଭବନ ଠାରେ ମଙ୍ଗଳବାର ଦିନ ଭାରତୀୟ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ କର୍ମଜୀବୀ ସାମ୍ବାଦିକ ସଂଘର କଳାହାଣ୍ଡି ଜିଲ୍ଲା କମିଟି ଗଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଏବଂ ରାଜ୍ୟ ନିର୍ବାଚନ କମିଶନର ଶରତ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ। ନବନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାଏ, ଉପସଭାପତି ବିଜୟ ଭୂଷଣ ଦଣ୍ଡସେନା, ସାଧାରଣ ସମ୍ପାଦକ ଆଶୁତୋଷ ପୁରୋହିତ, ସମ୍ପାଦକ ଭୂପେଶ ତିୱାରୀ, ମହାଦେବ ଖଣ୍ଡୁଆଲ, ଦୁଲେନ୍ଦ୍ର କୁମାର ମେହେର, କୋଷାଧ୍ୟକ୍ଷ ପ୍ରଭାକର ସେଠୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ବୈଠକରେ ଯୋଗଦାନ କରିଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳଙ୍କ ଜନ୍ମଦିନ ପାଳନ କରାଯାଇଥିଲା, ସେ ସାମ୍ବାଦିକମାନଙ୍କୁ ଏକଜୁଟ ହୋଇ ସଂଘକୁ ସୁଦୃଢ଼ତା ଓ ସାମ୍ବାଦିକଙ୍କ ହିତ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.