ଅବକାରୀ ବିଭାଗର ଚଢ଼ାଉ; ୨ ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢାଉ କରି ଭିନ୍ନ ଭିନ୍ନ ସ୍ଥାନରୁ ବେଆଇନ ମଦ କାରବାର କରୁଥିବା ଦୁଇ ଜଣଙ୍କୁ ଗିରଫ କରିଛି। ମାଝିଗୁଡା ଗ୍ରାମରୁ ଚଢ଼ାଉ ବେଳେ ଗ୍ରାମର ହିରଣ୍ୟ ବାଗଙ୍କ ନିକଟରୁ ୧୦ ଲିଟର ମଦ ଓ ତେଣ୍ଡାପାଳି ଗ୍ରାମର ଚନ୍ଦ୍ରମଣି ଗଇନ୍ତାଙ୍କ ଠାରୁ ୯ ଲିଟର ଦେଶୀ ମଦ ଜବତ କରାଯାଇଛି। ଉଭୟଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋକସରା ଓଆଇସି ଗୁପତେଶ୍ୱର ପଟେଲଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଜୟପାଟଣା ଓଆଇସି ସୋମ୍ୟ ରଞ୍ଜନ ମାଝୀ, କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.