ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ପ୍ରାଇଭେଟ୍ ନର୍ସିଂ ସ୍କୁଲ୍, କଲେଜ୍ ଆସୋସିଏସନର ଆଇନଗତ ଲଢ଼େଇ ଏବଂ ଅନୁରୋଧ ଫଳରେ ଚଳିତ ବର୍ଷ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଭାରତୀୟ ନର୍ସିଂ ପରିଷଦ (ଆଇଏନସି)ଙ୍କ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ୍ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଡବ୍ଲପିସି ନଂ – ୩୦୧୬୯ ଦାୟର କରାଯାଇଥିଲା। ଏହି ମାମଲାରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଏବଂ ଖାଲି ପଡ଼ି ରହିଥିବା ସିଟ୍ ବିଷୟରେ ଦାବି ଉପସ୍ଥାପନ କରାଯାଇଥିଲା। ଏହା ପରେ ଆଇଏନସି ଙ୍କ ପକ୍ଷରୁ ଚଳିତ ବର୍ଷ ବିଏସସି ନର୍ସିଂ ଆଡମିଶନ୍ ପାଇଁ “ଜିରୋ ପର୍ସେଣ୍ଟାଇଲ”ରେ ସୁଯୋଗ ଦିଆଯାଇଛି। ଫଳରେ ଓଡ଼ିଶା ସମେତ ସାରା ଭାରତ ବର୍ଷର ହଜାର ହଜାର ଛାତ୍ରଛାତ୍ରୀ ବିଏସସି ନର୍ସିଂ ପଢ଼ିବାର ସୁଯୋଗ ପାଇଛନ୍ତି। ଏହା ଓଡ଼ିଶା ପ୍ରାଇଭେଟ୍ ନର୍ସିଂ ସ୍କୁଲ୍, କଲେଜ୍ ଆସୋସିଏସନ୍ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇଛି। ଏହା ପୂର୍ବରୁ ପର୍ସେଣ୍ଟାଇଲ୍ ବାଧକ ଯୋଗୁଁ ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ଆଡମିଶନ୍ ପାଇବାରୁ ବଞ୍ଚିତ ହେଉଥିଲେ ଏବଂ ଅନେକ ସିଟ୍ ଖାଲି ପଡ଼ି ରହୁଥିଲା। ଆଇଏନସି “ଜିରୋ ପର୍ସେଣ୍ଟାଇଲ୍” ରେ ଆଡମିଶନ୍ ପାଇଁ ସୁଯୋଗ ମିଳିଲା। “ଆସୋସିଏସନ୍ ଦ୍ୱାରା ଡବ୍ଲୁପିସି ନଂ-୩୦୧୬୯ ରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ଏହି ସଫଳତା ମିଳିଛି। ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳ ଓ ଗରିବ ଆଦିବାସୀ ପରିବାରର ପିଲାମାନେ ନର୍ସିଂ ପଢ଼ିବାର ସ୍ୱପ୍ନ ପୂରଣ କରିପାରିବେ। ଏହା କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷର ନର୍ସିଂ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର।





