ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଠାରେ ଶୁକ୍ରବାର ସାପ୍ତାହିକ ହାଟ ଉଦ୍ଘାଟିତ ହୋଇଯାଇଛି। ମା ପାଝରାଣି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫଳକ ଉନ୍ମୋଚନ କରି ସାପ୍ତାହିକ ହାଟକୁ ଉଦ୍ଘାଟନ କରିଥିଲେ। ମଞ୍ଚାସୀନ ଅନ୍ୟତମ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ତୁଳାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନୀ, ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ସେନାପତି, ଅର୍ଥନୀତି ଅଧ୍ୟାପକ ସମୀର ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ତୁଳାପଡାରେ ସାପ୍ତାହିକ ହାଟର ଗୁରୁତ୍ୱ ଉପରେ କହିଥିଲେ। ଅଧ୍ୟାପକ ବିଜୟ ଭୋଇ ଓ ଯାଦବ ପଧାନ ମଞ୍ଚ ପରିଚାଳନା କରିଥିଲେ। ଆଜି ଉଦ୍ଘାଟନୀ ସପ୍ତାହ ହେଲେ ମଧ୍ୟ ବଜାରରେ ଅନେକ ବ୍ୟବସାୟୀ ଖାଉଟି ଉପଭୋକ୍ତାଙ୍କ ଭିଡ ଜମିଥିଲା। ମା ପାଝରାଣୀ ଅନୁଷ୍ଠାନ ଓ ମହାକାଲ ଟିମ ତୁଳାପଡାର ସଦସ୍ୟ, ଗୌନ୍ତିଆ ମନମୋହନ ନାୟକ, ଯୁବନେତା ଯତୀନ ନାୟକ, ସ୍ୱେଚ୍ଛାସେବୀ ଝସକେତନ ଭୋଇ, ଗୋପାଲ ନାଗ, ସନ୍ତୋଷ ନାୟକ, ବିଦୁର ନାଏକ ପ୍ରମୁଖଙ୍କ ତତ୍ୱାବଧାନରେ ଓ ଆଶୁତୋଷ ଷଢଙ୍ଗୀଙ୍କ ନେତୃତ୍ୱରେ ତୁଳାପଡାରେ ସାପ୍ତାହିକ ହାଟ ବସିବା ଓ ଏଥିପାଇଁ ଆଜି ସାପ୍ତାହିକ ହାଟର ଉଦ୍ଘାଟନୀ ଉତ୍ସବ ମହା ଆଡମ୍ବର ସହକାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ଗ୍ରାମର ସମସ୍ତ ଜନସାଧାରଣ, ଯୁବ ପିଢୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଆୟୋଜକ ମଣ୍ଡଳୀ।





