କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜ ନାଇରା ସେକ୍ସନ କଣ୍ଣପାଡୁ ନିକଟରୁ କଲରାପତରିଆ ବାଘ ଛାଲ ଡିଲ ବେଳେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ ମାଡ଼ିବସିଛନ୍ତି I ରାୟଗଡ଼ା ଡିଏଫ୍ଓ ସଚିନ ଆନ୍ନା ସାହେବ ଓହଲଙ୍କ ନିର୍ଦେଶ କ୍ରମେ ଦୁଇ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ, ସତୀଶ କୁମାର ଧାରୁଆ ଓ ଗୁଣପୁର ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା I ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବର୍ତ୍ତମାନ ୪ ଜଣଙ୍କୁ ଅଟକ ରଖି ଗୁଣୁପୁର ରେଞ୍ଜ କାର୍ଯ୍ୟାଳୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି I ଏନେଇ ତଦନ୍ତ ଜାରି ରହିଥିବାରୁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହିଁ I ପୂର୍ବରୁ ମଧ୍ୟ ଏହି ଅଂଚଳରୁ ବାଘ ଛାଲ ଚାଲାଣ ବେଳେ ବନ ବିଭାଗରୁ ଚାଲାଣ କାରୀ ଧରାପଡ଼ିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.