ସରୋଜିନୀ ବେହେରାଙ୍କ କବିତା : ଚିଠିଟିଏ ତୁମ ନାଁ ରେ

ଲେଖିବାକୁ ଭାରି ଭୟ ଲାଗୁଛି
ଲେଖିବାକୁ “ଚିଠିଟିଏ ତୁମ ନାଁ ରେ”
ଆଶଙ୍କା ଉପୁଜୁଛି ବାରମ୍ବାର ଯଦି
କିଏ ପଢ଼ିଦେଇ ଜାଣିଯିବ ମୋ
ହୃଦୟର ଭାଷାକୁ ଯାହାକି
କେବଳ ତୁମ ପାଇଁ ।।

Omkar Vasthu
Omkar Vasthu

କୋହ,ଲୁହ,ପ୍ରେମ,ବିରହର
ପ୍ରତିଟି ଶବ୍ଦକୁ ଅନୁଭବ କରି
ଯଦି ସେ ଭାଙ୍ଗିଯାଇ ପଡିଯିବ
ମୋ ପ୍ରେମରେ ତେବେ ଲାଗିଯିବ
କଳଙ୍କ ମୋ ପ୍ରେମ ଚିଠି ସହ ମୋ
ଭାବନାରେ ତୁମରି ପାଖରେ ।।

Pearl dental clinic
Near Ashish Medical Store, Bhawanipatna

କିଛି ରାଗ ଅଭିମାନକୁ ମନେ ରଖି
ଲେଖିଥିବା କଟାକ୍ଷର କିଛି
ଶବ୍ଦପୁଞ୍ଜ କୁ ନେଇଯିବ ନିଜ ମନକୁ
ଝରାଇ ଦେଇ ଲୁହ ଚାପି ଧରିବ
ନିଜ ବାହୁ ବନ୍ଧନରେ ଅବା ଛାତି
କାନ୍ଥରେ ତେବେ ମରିଯିବ ମୋ
ପ୍ରେମ ଯାହାକି ସାଇତା
ହୋଇଛି ତୁମ ମନରେ ।।

Udyog Nursery
Udyogi Nursery

ତଥାପି,ତଥାପି ଇଛା ହେଉଛି
ଲେଖିବାକୁ ନାଲି ନୀଳ କାଗଜରେ
ଚିଠିଟିକୁ ଚଳଚିତ୍ରର ନାୟିକା ଟେ
ପରି ହସ ହସ ଲାଜୁଆ ମୁହଁ ଥମି ଥମି ।।

 

ସରୋଜିନୀ ବେହେରା (ଟିକି)

ଆଗରପଡା, ଭଦ୍ରକ

ଏଠି ଛୁଇଁଲେ ଗୋଟେ ବି ସାହିତ୍ୟ ଖବର, ଗପ, କବିତା ମିସ୍ କରିବେନି, ଏବେ ହିଁ ଛୁଅନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.