କଥା ଥିଁ ଥିଲା…..
“ଚାସ୍ କାମ୍ ଯାହାର୍
କେଡ଼େ ସୁଖ୍ ତାହାର୍
ସେ ସିନେ ଯୁଗଉଛେ
ଦୁନିଆ କେ ଆହାର୍ଁ”।
ହେଲେ ଚାଷୀର୍ ଦୁଖ୍ ଖାଲି ଚାଷୀ ହିଁ ଜାନେ…..
ଚାଷୀର୍ ଦୁଖ୍
ସାଗରିକା ସାହୁ
କରମ୍ କପାଲେ ଲେଖା ହେଇଛେ
ଆଏଁ ମୁଇଁ ଗୁଟେ ଚାଷୀ,
ଦିନ୍ ଟା ମୋର୍ ମୁଲ୍ ହେସି
ଖାଇ କରି ମୁଠେ ବାସି ।।
ମାଏଟ୍ ମୋର୍ ଲାଗି ଚନ୍ଦନ୍ ଆଏ
ତା’ର୍ ମହକେ ମୁଇଁ ବାସେଁ,
ସକାଲ୍ ଠାନୁ ବେଲ୍ ବୁଡା଼ ଯେକ୍
ମତେ ବାନ୍ଧି ଥିସି ଗେଲ ସସେଁ ।।
ଖରା ବର୍ଷା ଶୀତ୍ କାକର୍
ସବୁ କେ ସହେସି ମୁଇଁ,
ସାରା ଦୁନିଆ କେ ଅରନ୍ ଦେବାର୍ ଲାଗି
ସାହା ହେସି ଇ ଭୂଇଁ ।।
ଚକ୍ ଡ଼ା ଖାଏଲେ କରା ମାଏଲେ
ସବୁ ହେଇ ଯାଏସି ନାସ୍,
ଆଁଖିର୍ ଲହକେ ପୁଛି କରି ବି
କରିଥିସି ମୁଇଁ ଆସ୍ ।।
ଫେର୍ ହେବା ଧାନ୍ ନାଇଁ ଭାଙ୍ଗେ ମନ୍
ଘିନ୍ ମି ମୋର୍ ଛୁଆର୍ ଲାଗି ବହି,
ମାଏଝି ମୋର୍ ନୁଆ ଶାଢ଼ୀ ଟେ ବଲି
କେତେ ଦିନୁ ଆସ୍ ଲା ନ କହି ।।
ଭଙ୍ଗା ମନ୍ କେ ଜୁଡ଼ିକରି ଫେର୍
ଦେଖୁଥିସି ମୁଇଁ ରାହା,
ଭାଏଲ୍ ଇଥର୍ ଭଲ୍ ଫସଲ୍ ହେବା
ଦଏବ ହେଲେ ସାହା ।।
ବରଗଡ