ନଦୀ ପଠାରୁ ବାଲି ଉଠାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ

ରାୟଗଡ,୭/୧୦ : ନଦୀ ପଠାରୁ ବାଲି ଉଠାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁରେ । ଏ ନେଇ ମିିଳିଥିବା ସୂଚନା ପ୍ରକାରେ କୋତାପେଟାର ଟ୍ରାକ୍ଟର ମାଲିକମାନେ ଦୀର୍ଘ ଦିନ ଧରି ନାଗାବଳୀ ନଦୀ ଆରପାରିର ମାଲିଗାଁ ତୁଠ ବାଲି ପଠାରୁ ବାଲି ଉଠାଉଥିଲେ । ତେବେ ଗତ କିଛି ଦିନ ହେବ ମାଲିଗାଁ ଗ୍ରାମବାସୀମାନେ ବାଲିଉଠାଣକୁ ବିରୋଧ କରି ଗତ ଶନିବାର ଠାରୁ ବାଲି ଉଠାଇବାକୁ ମନା କରିଦେଇଥିଲେ । ଫଳରେ କୋତାପେଟା ଟ୍ରାକ୍ଟର ମାଲିକ ଓ ମାଲିଗାଁ ଗ୍ରାମବାସୀମାନଙ୍କ ମଧ୍ୟରେ ଶନିବାର ରାତ୍ରରେ ଗଣ୍ଡୋଗୋଳ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ରବିବାର ସକାଳେ ଟ୍ରାକ୍ଟର ମାଲିକମାନେ କୋତାପେଟା-ମାଲିଗାଁକୁ ସଂଯୋଗ କରୁଥିବା ବ୍ରିଜ ଉପରେ ନିଜ ଟ୍ରାକ୍ଟର ଗୁଡିକ ରଖି ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ । ଫଳରେ ଏହି ରାସ୍ତା ଦେଇ ଯାତାୟତ କିଛି ସମୟ ଧରି ଠପ୍ ହୋଇ ପଡିଥିଲା ।

 

 

ଏ ବିବାଦ ନେଇ ଟ୍ରାକ୍ଟରମାଲିକମାନେ କହିବା ଅନୁଯାୟୀ ସେମାନେ ଏହି ନାଗାବଳୀ ନଦୀରୁ ବାଲିଘାଟ ନିମନ୍ତେ ଟେଣ୍ଡର ନେଇଥିବା ବେଳେ ସେମାନଙ୍କ ପାଖରେ ବାଲି ଉଠାଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ରହିଥିବା ବେଳେ ମାଲିଗାଁ ଗ୍ରାମବାସୀମାନେ ସବୁ ଜାଣିଶୁଣି ଏହାକୁ ବିରୋଧ କରୁଛନ୍ତି । ଅପରପକ୍ଷେ ପ୍ରବାହିତ ନାଗାବଳୀ ନଦୀର ପ୍ରଖର ଜଳସ୍ରୋତରେ ଦିନକୁ ଦିନ କୂଳ ଲଘିଂ ମାଲିଗାଁ ଗ୍ରାମ ନିକଟବର୍ତୀ ହୋଇ ଆସୁଥିବ ବେଳେ ଏହି ତୁଠରୁ ବାଲି ଉଠାଣ ହେଲେ ସଂପୂର୍ଣ୍ଣ ଗ୍ରାମଟି ନାଗାବଳୀ ନଦୀରେ ଲୀନ ହେବା ସହ ତୁଠ ଉପରି ଭାଗରେ ଥିବା ସମସ୍ତ ଚାଷଜମି, ଘରଦ୍ୱାର ଗୁଡିକ ନଦୀରେ ମିଶିଯିବ ବୋଲି ଅଭିଯୋଗ କରିଛନ୍ତି ମାଲିଗାଁ ଗ୍ରାମବାସୀମାନେ । ଏହି ବାଲି ଉଠାଣକୁ ନେଇ ବର୍ତମାନ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପଂହଚି ନ ଥିବା ଜଣାପଡିଛି । ସେହିପରି ଏହି ବିବାଦର ସମାଧାନ ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ଯଥାଶୀଘ୍ର ମଧ୍ୟସ୍ଥିତା କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

 

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.